ଶାଶୁଘରେ ବୋହୂ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପହଞ୍ଚିଲେ ଶାଶୁ, ଆଉ ତା’ପରେ…

ପନ୍ନା: ମଧ୍ୟପ୍ରଦେଶ ପନ୍ନା ଜିିଲ୍ଲାର ବଘାଇମୋଡ ଗ୍ରାମରେ ଗତ ଜାନୁଆରି ୭ ତାରିଖରେ ଶାଶୁକୁ ବୋହୂ କୁରାଢ଼ିରେ ଆଣି ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ ବୃଦ୍ଧାଙ୍କ ନାମ କୁସୁମବାଇ ଚୌଧୁରୀ ଓ ତାଙ୍କ ବୟସ ୫୫ବର୍ଷ ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡରେ ପୁଲିସ ବୋହୂ ସହିତ ତାର ପ୍ରେମିକକୁ ଗିରଫ କରି ଜେଲ ପଠାଇ ଦେଇଛି।

Image result for murder
The Live Nagpur

୫୫ବର୍ଷୀୟ କୁସୁମବାଇ ଚୌଧୁରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରାଯାଇଥିବା ପୁଅ ସଞ୍ଜୁ ଚୌଧୁରୀ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ କୁସୁମବାଇଙ୍କ ବୋହୂ ମାୟା ଉପରେ ପୁଲିସର ସନ୍ଦେହ ହୋଇଥିଲା। ଏହି ହତ୍ୟା ଘଟଣାକୁ ନେଇ ବୋହୂକୁ ପୁଲିସ ପଚରାଉଚରା କରିବା ସମୟରେ ତା’ର କଥାରେ କିଛି ତାଳମେଳ ରହି ନ ଥିଲା। ଶେଷରେ ପୁଲିସର ସନ୍ଦେହ ସତ ପ୍ରମାଣ ହୋଇଥିଲା। ବୋହୂ ମାୟା ବି ନିଜ ଦୋଷକୁ ପୁଲିସ ଆଗରେ ସ୍ୱୀକାର କରିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ବୋହୂ ମାୟାର ପଡ଼ିଶା ଘରେ ରହୁଥିବା ହଲକେ ଚୌଧୁରୀ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଜାନୁଆରି ୭ ତାରିଖରେ ଘରେ କେବଳ ବୋହୂ ମାୟା ଓ ତା’ର ଶାଶୁ କୁସୁମ ହିଁ ଥିଲେ। ଖିଆପିଆ ସରିବା ପରେ କୁସୁମ ଶୋଇବା ପାଇଁ ନିଜ ବିଛଣାକୁ ଚାଲି ଯାଇଥିଲେ।

बेटे ने दर्ज करवाया था केस
.oneindia

ଏହାର ସୁଯୋଗ ନେଇ ବୋହୂ ମାୟା ନିଜର ପ୍ରେମିକକୁ ଘରକୁ ଡାକିଥିଲା। ହଠାତ କୁସୁମଙ୍କ ଆଖି ଖୋଲିଥିଲା ଓ ସେ ବୋହୂ କାହା ସହିତ କଥା ହେଉଥିବା ଶୁଣିବାକୁ ପାଇ ବିଛଣାରୁ ଉଠି ମାୟା ରୁମ୍‌କୁ ଯାଇଥିଲେ। ସେଠାରେ ସେ ଯାହା ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ। ସେ ମାୟା ଓ ତାଙ୍କ ପଡ଼ିଶା ଘର ପୁଅକୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହି ଘଟଣା ବିଷୟରେ କୁସୁମ ପୁଅକୁ କହିବାକୁ ଯାଉଥିବା ବେଳେ ମାୟା ଓ ତାର ପ୍ରେମିକ ମିଶି ଶାଶୁଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ବିଲରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର