ସ୍ୱାମୀକୁ ଛାଡ଼ି ବାପଘରେ ଆସି ରହୁଥିଲା ଝିଅ,ପଡ଼ୋଶୀ ଯୁବକ ସହ ଅନୈତିକ ସଂପର୍କ ରଖି ହେଲେ ଗର୍ଭବତୀ,ତା’ପରେ…

ମୋଗା(ପଞ୍ଜାବ) : ପଞ୍ଜାବର ମୋଗାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ମହିଳା ନିଜ ସ୍ୱାମୀକୁ ଛାଡ଼ି ଆସି ବାପଘରେ ରହୁଥିବା ବେଳେ ପଡ଼ୋଶୀ ଯୁବକ ସହ ଶାରୀରିକ ସଂପର୍କ ରଖିଥିଲେ । ଯାହାର ପରିଣାମ ସ୍ୱରୁପ ତାଙ୍କୁ ଗର୍ଭବତୀ ହେବାକୁ ପଡ଼ିଥିଲା । କିନ୍ତୁ ଗର୍ଭବତୀ ହେବା ପରେ ଦୁହେଁ ନବଜାତକୁ ପାଳିବା କଥା ନ ଭାବି ନାଳିରେ ଫିଙ୍ଗି ଦେଇଥିଲେ । ଯାହାଦ୍ୱାରା ନବଜାତର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଣେ ମା’ ନିଜ ପିଲା ସହ ଏପରି କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାଟି ମୋଗାରେ ଥିବା ବାଧାପୁରାନା ଥାନା ଅଞ୍ଚଳରେ ଘଟିଥିବା ଜଣା ପଡ଼ିଛି ।

Livestrong.com

ସୂଚନା ମୁତାବକ,୨୮ବର୍ଷୀୟ ଅମନଦୀପ କୌରଙ୍କ ବିବାହ ଗିଲ ଗ୍ରାମ୍‌ରେ ଥିବା ରାଜପାଲଙ୍କ ସହ ହୋଇଥିଲା । କିନ୍ତୁ ବିବାହର କିଛି ଦିନ ପରେ ହିଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେବା ସହ ଦୁହେଁ ଅଲଗା ହୋଇ ଯାଇଥିଲେ । ଦୁଇ ବର୍ଷ ପୂର୍ବରୁ ମହିଳା ନିଜ ବାପ ଘରକୁ ଆସି ରହିବାକୁ ଲାଗିଥିଲେ । ଏହି ସମୟ ମଧ୍ୟରେ ଅମନଦୀପ ପଡ଼ୋଶୀ ଜତିନ୍ଦର ସିଂହଙ୍କ ସହ ଶାରୀରିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଯାହା ପରେ ମହିଳା ଗର୍ଭବତୀ ହୋଇ ଯାଇଥିଲେ । ପୁଅ ହେଲେ ରଖିବା ଏବଂ ଝିଅ ହେଲେ ତୁରନ୍ତ ଫିଙ୍ଗିଦେବା ବୋଲି ଅମନଦୀପ ଏବଂ ଜତିନ୍ଦର ନିଷ୍ପତି ନେଇଥିଲେ । କିନ୍ତୁ ପ୍ରସବ ପରେ ଶିଶୁକନ୍ୟା ଜନ୍ମ ହେବାରୁ ଦୁହେଁ ତାକୁ ନାଳିରେ ଫିଙ୍ଗି ଦେଇଥିଲେ । ନବଜାତର ମୃତ ଦେହକୁ ଉଦ୍ଧାର କରିବା ପରେ ଅଭିଯୁକ୍ତ ଅମନଦୀପ୍‌ ଏବଂ ଜତିନ୍ଦରଙ୍କ ପାଖରେ ଯାଇ ପହଞ୍ଚିଥିଲା ପୁଲିସ । ଏବେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର