କନ୍ନୌଜ : କନ୍ନୌଜରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଡାକ୍ତର ଔଷଧ ନ ଦେବାରୁ ମହିଳା ନିଜ ପୁଅକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ମହିଳା ଏଭଳି ଅପରାଧ କରୁଥିବା ସମୟରେ ତାଙ୍କ ୪ବର୍ଷର ଝିଅ ମଧ୍ୟ ତାଙ୍କ ସହ ଥିଲେ ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ, କନ୍ନୌଜରେ ରୁଖ୍ସାର ନିଜ ଶାଶୁ ଏବଂ ପିଲାମାନଙ୍କ ସହ ରହୁଥିଲେ । ତାଙ୍କ ସ୍ୱାମୀ ଶାହିଦ୍ ମୁମ୍ବାଇରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ରୁଖ୍ସାରଙ୍କ ୭ମାସର ପୁଅ ୩ଦିନ ହେଲା ଜ୍ୱରରେ ପୀଡ଼ିତ ଥିବାରୁ ଶନିବାର ରୁଖ୍ସାର ନିଜ ପୁଅକୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ପୂର୍ବରୁ ଟଙ୍କା ବାକି ଥିବାରୁ ଡାକ୍ତର ଔଷଧ ଦେବାକୁ ମନା କରି ଦେଇଥିଲେ । ଯାହା ପରେ ରୁଖ୍ସାର ଘରକୁ ଫେରି ନିଜ ପୁଅକୁ ହତ୍ୟା କରିଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳା ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛି ପୁଲିସ ।