ନବଜାତ ଶିଶୁ କନ୍ୟା ମୁହଁରେ ତକିଆ ଚାପି ହତ୍ୟା କଲା ମା’

ଗାଜିଆବାଦ :ଗାଜିଆବାଦର ପାଟଲାରେ ନିଜ ୩ ମାସର ଶିଶୁକନ୍ୟାକୁ ଓ୍ଵାସିଙ୍ଗ୍‌ ମେସିନ୍‌ରେ ପକାଇଲା ମା’ । ପୁଅଟିଏ ଜନ୍ମ ହେଉଥିବା ଆଶା ରଖିଥିବା ମା’ ନିଜ ଝିଅକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବରିଷ୍ଠ ପୁଲିସ ଅଧୀକ୍ଷକ ଆକାଶ ତୋମାରଙ୍କ କହିବା ଅନୁଯାୟୀ, ୩ମାସ ପୂର୍ବରୁ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ଆରତୀ ପୁଅ ନହେବାରୁ ମାନସିକ ଦୁଶ୍ଚିନ୍ତାରେ ରହି ଆସୁଥିଲେ । ସେଥିପାଇଁ ରାଗରେ ସେ ଶିଶୁକନ୍ୟାର ମୁହଁ ଉପରେ ତକିଆ ରଖି ତାକୁ ହତ୍ୟା କରିବା ସହ ଓ୍ଵାସିଙ୍ଗ୍‌ ମେସିନ୍‌ରେ ପକାଇ ଦେଇଥିଲେ । ପ୍ରଥମେ ପ୍ରଥମେ ତାଙ୍କ ଶିଶୁଙ୍କୁ ଅପହରଣ କରାଯାଇଛି ବୋଲି ସେ କହୁଥିବା ବେଳେ ପୁଲିସ୍‌ର ପଚରାଉଚରା ପରେ ସେ ଏଭଳି କରିଛନ୍ତି ବୋଲି ମାନିଛନ୍ତି ।’

ଅନ୍ୟ ପକ୍ଷରେ ପୁଅ ଜନ୍ମ କରିବା ପାଇଁ ଆରତୀଙ୍କୁ କୌଣସି ପ୍ରକାରର ଚାପ ପକାଯାଇନଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣା ଉପରେ ତଦନ୍ତ ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର