୭ ଝିଅ ଗୋଟିଏ ପୁଅର ମାଆ ରଖିଥିଲେ ପୁଅର ସାଙ୍ଗ ସହ ଅନୈତିକ ସଂପର୍କ! ଘଟିଲା ଏପରି ଅଘଟଣ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ନିଉ ଅଶୋକ ନଗର ଅଞ୍ଚଳରେ ରବିବାର ସକାଳେ ଜଣେ ଯୁବକର ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ହତ୍ୟାକାଣ୍ଡର ଏବେ ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ପକ୍ଷରୁ କୁହାଯାଇଛି ଯେ ମୃତ ଯୁବକର ଜଣେ ସାଙ୍ଗ ସହିତ ତା’ର ମାଆଙ୍କର ଅନୈତିକ ସଂପର୍କ ଥିଲା। ଏହାକୁ ପୁଅ ବିରୋଧ କରୁଥିଲା।
ମୃତ ଯୁବକର ନାଆଁ ରବୀନ୍ଦ୍ର ପାଠକ (୩୦)। ସେ ଅଜିତ(୩୦) ସହିତ ସେଠାରେ ରହୁଥିଲା। ମୃତ ଯୁବକ ରବୀନ୍ଦ୍ରର ବାପା ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଥିବା ନିଜ ଗାଆଁରେ ରହୁଥିଲେ,ରବୀନ୍ଦ୍ର ବିବାହିତ ଥିଲା,ମାତ୍ର ବାହାାଘର ପରେ ତା’ର ସ୍ତ୍ରୀ ତାକୁ ଛାଡ଼ି ଚାଲିଯାଇଥିଲା। ସାତଟି ଝିଅ ଓ ଗୋଟିଏ ପୁଅର ମାଆ ସୁଭଦ୍ରା ଓ ଅଜିତ୍‌ ପ୍ରାୟ ଦୁଇ ବର୍ଷ ଧରି ଅନୈତିକ ସଂପର୍କ ରଖି ଆସୁଥିଲେ ଯାହାକୁ ବିରୋଧ କରି ଆସୁଥିଲା ରବୀନ୍ଦ୍ର। ଏଣୁ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା।

 

ତା’ପରେ ସୁଭଦ୍ରା ଓ ଅଜିତ ଠେଙ୍ଗାରେ ରବୀନ୍ଦ୍ରର ମୁଣ୍ଡକୁ ବାଡେଇଥିଲେ। ତା’ପରେ ଇଟାରେ ତା’ର ମୁଣ୍ଡକୁ ଛେଚିଥିଲା। ରବୀନ୍ଦ୍ର ବେହୋଶ ହେବାପରେ ତାକୁ ଆମ୍ବୁଲାନ୍ସରେ ନେବାକୁ ଯାଉଥିବା ବେଳେ ଡ୍ରାଇଭର ଜାଣିପାରିଲା ଯେ ଏହା ହତ୍ୟାକାଣ୍ଡ। ସେ ପୁଲିସକୁ ଖବର ଦେଲା। ପୁଲିସ ଏହି ଘଟଣାରେ ସୁଭଦ୍ରା ଓ ଅଜିତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର