ଯୌତୁକ ପାଇଁ ଶାଶୁ ବାରମ୍ବାର ନିର୍ଯାତନା ଦେଉଥିବାରୁ ନିଜ ଦୁଇ ବର୍ଷର ପୁଅକୁ ହତ୍ୟା କରିବା ସହ ଆତ୍ମହତ୍ୟା କଲା ବୋହୂ

ପୁଣେ: ପୁଣେରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଯେଉଁଠି ଜଣେ ମହିଳା ଯୌତୁକ ନିର୍ଯାତନାରୁ ବଞ୍ଚିବା ପାଇଁ ଆତ୍ମହତ୍ୟା କରିବା ସହ ନିଜ ଦୁଇ ବର୍ଷର ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି । ଖବରଟି ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଶାଶୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଜଣେ ପୁଲିସ କନେଷ୍ଟବଳ ହୋଇଥିବା ବେଳେ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌କୁ ଅଧାର କରି ପୁଲିସ ଅଭିଯୁକ୍ତ ଶାଶୁକୁ ଗିରଫ କରିଛି ।

indiatoday.in

ନୋଟ୍‌ରେ, ଅମିତ୍‌ ତୁମେ ମୋତେ ବହୁତ ଭଲ ପାଅ । କିନ୍ତୁ ତୁମେ ତୁମ କାମ ପାଇଁ ମୋତେ ସମୟ ଦେଇ ପାରୁ ନାହଁ । ଯାହାର ଫାଇଦା ଉଠାଇ ତୁମ ମା’ ସୁଜାତା ମୋତେ ଯୌତୁକ ଆଣିବା କଥା କହିବା ସହ ନିର୍ଯାତନା ଦେଉଥିଲେ । ଏତେ ଦିନ ସହିଲି । ଆଉ ସହି ପାରିବି ନାହିଁ । ଏ ସବୁରୁ ମୁକ୍ତି ପାଇବା ପାଇଁ ମୁଁ ଆତ୍ମହତ୍ୟାର ବାଟ ବାଛି ନେଉଛି । ମୋତେ କ୍ଷମା କରିବ ବୋଲି ଜାହ୍ନବୀ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ।

ସମ୍ବନ୍ଧିତ ଖବର