ଝିଅ ସହ ଅସଦାଚରଣ କରିଥିବାରୁ ମସ୍‌ଜିଦ୍‌ ଭିତରେ ପଶି ମୌଲବୀଙ୍କୁ ମାଡ଼ ମାରିଲେ ମା’

ନୂଆଦିଲ୍ଲୀ : କଠୁଆ, ଉନ୍ନାଓ ଏବଂ ସୁରଟ୍‌ରେ ହୋଇଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କ ଦୋଷ ପାଇଁ ଦଣ୍ଡ ଦିଆ ଯାଇନାହିଁ । ଦୋଷୀକୁ ଦଣ୍ଡ ଦେବା ପରିବର୍ତ୍ତେ କିଛି ଲୋକ ସେମାନଙ୍କ ସପକ୍ଷରେ ଆନ୍ଦୋଳନ କରୁଛନ୍ତି । ଏପରି ପରିସ୍ଥିତିରେ ନ୍ୟାୟ ମିଳିବା କେତେ କଷ୍ଟ ତାହା ସ୍ପଷ୍ଟ ଜଣା ପଡ଼ୁଛି। ପ୍ରତିଦିନ ଦେଶର ପ୍ରତି କୋଣରେ ମହିଳାମାନେ ଅସଦାଚରଣ ଏବଂ ଦୁଷ୍କର୍ମର ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି । କିନ୍ତୁ ତା’ର ସମାଧାନ ହୋଇ ପାରୁ ନାହିଁ । ସେଥିପାଇଁ ଜଣେ ମହିଳା ତାଙ୍କ ଝିଅ ପ୍ରତି ହୋଇଥିବା ଅସଦାଚରଣର ଦଣ୍ଡ ଦୋଷୀକୁ ନିଜେ ଦେଇଛନ୍ତି । ଯାହାର ଭିଡ଼ିଓ ଟ୍ଵିଟରରେ ଅପ୍‌ଲୋଡ଼ କରାଯାଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଦେଖିବା ପରେ ସମସ୍ତେ ମହିଳାଙ୍କ ସାହାସକୁ ସମ୍ମାନ ଜଣାଇଥିବା ଦେଖିବାକୁ ମିଳିଛି ।

ସୂଚନ ମୁତାବକ, ୮ବର୍ଷୀୟ ନାବାଳିକା ଏବଂ ତାଙ୍କ ଏକ ମସ୍‌ଜିଦ୍‌କୁ ପୂଜା କରିବା ପାଇଁ ଯାଇଥିବା ବେଳେ ମସ୍‌ଜିଦ୍‌ର ମୌଲବୀ ଜଣଙ୍କ ତାଙ୍କ ଝିଅ ସହ ଅସଦାଚରଣ କରିଥିଲେ । ପୀଡ଼ିତାଙ୍କ ମା’ ପୂଜାର ସାମଗ୍ରୀ ଆଣିବା ପାଇଁ ଯାଇଥିବା ବେଳେ ମୌଲବୀ ଜଣଙ୍କ ଏପରି କରିଥିଲେ ବୋଲି ଜଣାପଡ଼ିଛି । ଅସଦାଚରଣର ଶିକାର ହେବା ପରେ ପୀଡ଼ିତା ଜଣକ ତାଙ୍କ ମା’ଙ୍କୁ ଯାଇ ଏ ବିଷୟରେ ଜଣାଇଥିଲେ । ସବୁ ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତାଙ୍କ ମା’ ଦଣ୍ଡ ଦେବାକୁ ଯାଇ ଏକ ବାଡ଼ିରେ ମୌଲବୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ । ମହିଳାଙ୍କ ଏପରି କାମରେ ମସ୍‌ଜିଦ୍‌ର ଅନ୍ୟ ମୌଲବୀମାନେ ନିଜର ସମର୍ଥନ ଜଣାଇଥିଲେ । ଅନ୍ୟପକ୍ଷରେ ମସ୍‌ଜିଦ୍‌ରେ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରୁ କେହି ଜଣେ ଏହି ପୂରା ଘଟଣାର ଭିଡିଓ ତିଆରି କରି ଟ୍ଵିଟରରେ ଛାଡ଼ିବା ପରେ ଘଟଣାଟି ସମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର