ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ଆଇଏଏସ୍‌ଙ୍କ ମା’ ‘କୌନ୍‌ ବନେଗା କରୋଡପତି’ର ଲଟେରି ଲୋଭ ପାଇଁ ଠକେଇର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସର ସାଇବର ସେଲ ଟିମ୍‌ ଯାଞ୍ଚ ଆରମ୍ଭ କରିଛି।

Advertisment

ଆଗ୍ରାର ବଲକେଶ୍ୱର ନିବାସୀ ସତ୍ୟପ୍ରକାଶ ଗର୍ଗଙ୍କ ପୁଅ ସଞ୍ଜୟ ଗର୍ଗ ଆଇଏଏସ୍‌ ଅଛନ୍ତି। ସଞ୍ଜୟଙ୍କ ମା’ ପୁଷ୍ପା ଦେବୀ ଜଣେ ଗୃହିଣୀ। ପୁଷ୍ପା ଦେବୀଙ୍କ ପାଖକୁ ଜୁଲାଇ ୨୫ରେ ଏକ କଲ ଆସିଥିଲା। କଲ କରିବା ପରେ ସେପଟରୁ ଜଣେ ବ୍ୟକ୍ତି କହିଥିଲା କି ‘ କୌନ ବନେଗା କରୋଡପତି’ରୁ କହୁଛି। ଏବଂ ସେ ଅମିତାଭ ବଚ୍ଚନଙ୍କ ପ୍ରତିନିଧି। ସମସ୍ତ ସହରରେ ଲୋକଙ୍କୁ ଚୟନ କରାଯାଇଛି। ଏଥିରେ ଆପଣଙ୍କ ନାମ ଆସିଛି। ଆପଣଙ୍କ ୨୫ଲକ୍ଷ ଟଙ୍କାର ଲଟେରି ବାହାରିଛି। ଏହାର ଚେକ୍‌ ନେବା ପାଇଁ ଆପଣଙ୍କୁ ଟ୍ୟାକ୍ସ ଭାବେ ୧୬ ହଜାର ଟଙ୍କା ଜମା କରିବାକୁ ପଡ଼ିବ।

ତେବେ କିପରି ଟଙ୍କା ଜମା କରିବାକୁ ହେବ ସେନେଇ ସାଇବର ଅପରାଧୀ ପୁଷ୍ପାଙ୍କ ପାଖକୁ ଏକ ଭିଡିଓ ବି ସେୟାର କରିଥିଲେ। ପୁଷ୍ପା ଏହି ସୂଚନା ଅନୁସାରେ ଟଙ୍କା ଜମା କରି ଦେଇଥିଲେ। ତିନିଦିନ ପରେ ପୁଣି ଏକ କଲ ଆସିଥିଲା। ଏହି ଥର ଫୋନ୍‌ ଆସିଥିଲା କି ମ୍ୟାନଜର ଚେକ୍‌ରେ ସାଇନ୍‌ କରିବା ପାଇଁ ୭୦ହଜାର ଟଙ୍କା ମାଗୁଛନ୍ତି। ଏହାପରେ ପୁଷ୍ପା ଦେବୀଙ୍କୁ ସନ୍ଦେହ ହେବାରୁ ସେ ଏହି ଘଟଣା ବିଷୟରେ ସ୍ୱାମୀ ଓ ପୁଅକୁ ଜଣାଇଥିଲେ।