ବିବାହ ପାଇଁ ମନା କରିବାରୁ ୬ସନ୍ତାନର ମା’ ପ୍ରେମିକ ଉପରେ ପକାଇଲେ ଏସିଡ଼

ମୁଜାଫରନଗର: ଏକତରଫା ପ୍ରେମ କରି ପ୍ରେମିକଙ୍କର ମହିଳାଙ୍କ ଉପରେ ଏସିଡ଼ ଆକ୍ରମଣ ଘଟଣା ଆପଣ ବହୁତ ଥର ଶୁଣିଥିବେ । କିନ୍ତୁ ନିକଟ ଅତୀତରେ ଉତ୍ତରପ୍ରଦେଶ ମୁଜାଫରନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୬ ସନ୍ତାନ ଧାରୀ ମହିଳାଙ୍କୁ ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କୁ ମହିଳା ଜଣଙ୍କ ଏସିଡ଼ ଆକ୍ରମଣ କରିଛନ୍ତି । ବ୍ୟକ୍ତି ଜଣଙ୍କର ଅବସ୍ଥା ଗମ୍ଭୀର ରହିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

iPleaders Blog

ଘଟଣା ଅନୁଯାୟୀ , ମୁଜାଫରନଗର ମଣ୍ଡିଥାନା ଅନ୍ତର୍ଗତ ଟ୍ରାନ୍ସପୋର୍ଟ ନଗର ଠାରେ ମହରାଜ ନାମକ ମହିଳାଙ୍କର ବିବାହ ହୋଇଥିବା ବେଳେ ୬ଟି ସନ୍ତାନ ଅଛନ୍ତି । ଏହାପରେ ମଧ୍ୟ ମହିଳାଙ୍କର ଦିଲଶାଦ ନାମକ ଯୁବକଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ମହିଳା ଜଣଙ୍କ ଦିଲସାଦଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ସେ ଏହାକୁ ମନା କରିଥିଲେ । ଏହି କଥାରେ ମହାରାଜ କ୍ରୋଧିତ ହୋଇ ଦିଲସାଦଙ୍କ ଉପରକୁ ଶନିବାର ରାତିରେ ଏସିଡ଼ ଆକ୍ରମଣ କରିଥିଲେ । ଟ୍ରାନ୍ସପୋର୍ଟ କମ୍ପାନି ଠାରେ ଗମ୍ଭୀର ଅବସ୍ଥାରେ ପଡ଼ିଥିବା ଦିଲସାଦଙ୍କର ଚିତ୍କାର ଶୁଣି ସେଠାରେ ଉପସ୍ଥିତ କର୍ମଚାରୀ ତାଙ୍କୁ ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ଼ାକ୍ତର ତାଙ୍କ ଅବସ୍ଥା ଭୀଷଣ ଗମ୍ଭୀର କହିବାରୁ ବର୍ତ୍ତମାନ ତାଙ୍କୁ ମେରଟ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣା ସଂପର୍କରେ ଦିଲସାଦଙ୍କ ଭାଇ ପୁଲିସ ଠାରେ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଅଭିଯୁକ୍ତ ମହାରାଜ ବିରୁଦ୍ଧରେ ଧାରା ୩୨୬-୩ ଅନ୍ତର୍ଗତ ମାମଲାଟିର ତଦନ୍ତ ଆରମ୍ଭ କରିଛି। ମହିଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାଙ୍କର ଖୋଜ କରୁଛି ପୁଲିସ ।

ସମ୍ବନ୍ଧିତ ଖବର