ମହିଳାଙ୍କୁ ନିଶା ଦେଇ ଯୌନ ଶୋଷଣ, ଚାଲିଗଲା ଜୀବନ

ନୋଏଡା: ନୋଇଡାର ସେକ୍ଟର ୨୯ରେ ରହୁଥିବା ଜଣେ ମହିଳାଙ୍କୁ ନିଶା ଦେଇ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି। ୪୮ ବର୍ଷୀୟା ମହିଳା ଜଣଙ୍କୁ ବୁଧବାର ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ସ୍ଥାନୀୟ ଅଞ୍ଚଳରେ ଏକ ଚା ଦୋକାନ କରିଥିଲେ। ଫେବ୍ରୁଆରି ୧୦ ତାରିଖ ରାତିରେ ସେ ଦୋକାନ ବନ୍ଦ କରିବା ପରେ ଆଉ ଘରକୁ ଫେରି ନଥିଲେ। ତାଙ୍କୁ କେହି ଅପହରଣ କରିନେଇଛି ବୋଲି ସନ୍ଦେହ ହୋଇଥିଲା।

ରବିବାର ରାତିରେ ସେ ଦୋକାନ ବନ୍ଦ କରିବା ପରେ ଘରକୁ ଫେରି ଆସିବେ ବୋଲି ପରିବାର ଲୋକ ଭାବିଥିଲେ। ମାତ୍ର ମହିଳା ଜଣକ ସେଦିନ ଫେରି ନଥିଲେ। ମାତ୍ର ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଘର ଲୋକ ବ୍ୟସ୍ତ ହୋଇ ପଡ଼ିଥିଲେ।

କିଛି ସମୟ ପରେ ଜଣେ ପଡ଼ୋଶୀ ଆସି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ଯେ ମହିଳା ଜଣକ ଏକ ସ୍ଥାନରେ ନିଶାଗ୍ରସ୍ତ ଅବସ୍ଥାରେ ପଡ଼ିଛନ୍ତି। ତା’ପରେ ପରିବାର ଲୋକ ଯାଇ ଦେଖିଲା ବେଳକୁ ସେ ଅସଞ୍ଜତ ଅବସ୍ଥାରେ ପଡ଼ି ରହିଥିଲେ। ବାରମ୍ବାର ବାନ୍ତି ମଧ୍ୟ କରୁଥିଲେ। ଫଳରେ ତାଙ୍କୁ ସ୍ଥାନୀୟ ଭରଦ୍ୱାଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର