ଆଠ ବର୍ଷର ଝିଅକୁ ଦେହ ବ୍ୟବସାୟ ପାଇଁ ଅନ୍‌ଲାଇନ୍‌ରେ ବିକ୍ରି କରୁଥିଲା ମା’

ନୂଆଦିଲ୍ଲୀ: ମା’ ଓ ଝିଅର ସମ୍ପର୍କ ଦୁନିଆର ସବୁଠାରୁ ସୁନ୍ଦର ଓ ପବିତ୍ର ବୋଲି କୁହାଯାଇଥାଏ। କଥାରେ ଅଛି ଯେଉଁଦିନ ଝିଅ ମାଆ ହେବାର ସୌଭାଗ୍ୟପ୍ରାପ୍ତି କରେ ସେହିଦିନ ସେ ନିଜକୁ ଗର୍ବିତ ମନେ କରି କରିଥାଏ । କିନ୍ତୁ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ମା’ ଓ ଝିଅର ସମ୍ପର୍କକୁ କଳଙ୍କିତ କରି ଦେଇଛି।

ଆମେରିକାର ଟେକସାସରେ ବସବାସ କରୁଥିବା କେଲି ନାମକ ୪୪ବର୍ଷୀୟ ମା’ ତାର ୮ବର୍ଷର ଝିଅକୁ ଦେହ ବ୍ୟବସାୟ ପାଇଁ ମାତ୍ର ୭ହଜାର ଟଙ୍କାରେ ଅନ୍‌ଲାଇନ୍‌ରେ ବିକ୍ରି କରୁଥିଲା ବୋଲି ଅଭିଯୋଗ ହୋଇଛି। ଡିସେମ୍ବର ୧୯ ତାରିଖରେ ସୋସିଆଲ ମେସେଜିଂ ଆପ୍‌ ମିଟମେ ଓ କେଆଇକେରେ ଜଣେ ବ୍ୟକ୍ତିଙ୍କୁ କେଲି ନିଜର ଝିଅକୁ ଅନ୍‌ଲାଇନ୍‌ ବିକ୍ରି କରିବାର ଅଫର ଦେଇଥିଲା। ଏହି ଆପ୍‌କୁ ବ୍ୟବହାର କରୁଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଘଟଣା ସମ୍ପର୍କରେ ଜାଣି ପାରି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ନକଲି ଗ୍ରାହକ ବନି କେଲିଙ୍କ ସହିତ ସମ୍ପର୍କ କରିଥିଲା। ଏଭଳି ମାମଲାରେ କେଲି ପୂର୍ବରୁ ବି ସାମିଲ ଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। କେଲି ବିରୋଧରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ଗମ୍ଭୀର ଅଭିଯୋଗ ଲାଗିଛି। ପୁଲିସ କେଲିକୁ ଗିରଫ କରିବା ସହିତ ତାର ଫୋନ୍‌କୁ ବି ଜବତ କରିଥିଲା। ଯେଉଁଥିରେ ଅନେକ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର