ପୁଅକୁ ମାରି ଦେବାର ଧମକ ଦେଇ ମାଆକୁ ପାର୍ଟିରେ ନାଚିବାକୁ ବାଧ୍ୟ କରୁଥିଲା ଯୁବକ , ଜାଣନ୍ତୁ ତାପରେ କ’ଣ ହେଲା

ନୂଆଦିଲ୍ଲୀ:ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଜଣେ ମହିଳା ନିଜର ତିନି ବର୍ଷର ପୁଅ ସହିତ ରହୁଥିଲେ। ସେ ଭରଣପୋଷଣ ଲାଗି କାମ ଖୋଜୁଥିଲେ,ସେତିକିବେଳେ ଜଣେ ୨୮ ବର୍ଷୀୟ ଯୁବକ ଜିତେନ୍ଦ୍ର ସହିତ ପରିଚିତ କରାଇଥିଲା। ଏହାପରେ ମହିଳାଜଣଙ୍କୁ ଜିତେନ୍ଦ୍ର ନିଜର ଘରେ ରହିବାକୁ ଏକ କୋଠରୀ ବି ଦେଲା। ଜିତେନ୍ଦ୍ର ମହିଳାଙ୍କୁ ବିଭିନ୍ନ ପାର୍ଟିରେ ଓ୍ଵଟ୍ରସ ଭାବେ କାମ ଦେବେ ବୋଲି କଥା ଦେଲେ।
କିନ୍ତୁ ତାଙ୍କୁ ପାର୍ଟିରେ ନାଚିବାକୁ ବାଧ୍ୟ କଲା।ସେ ମନା କଲେ,ଜିତେନ୍ଦ୍ର ତାଙ୍କୁ ମାଡ଼ ମାରୁଥିଲା ଏବଂ ପୁଅକୁ ମାରି ଦେବାର ଧମକ ବି ଦେଲା। ନଭେମ୍ବରରେ ମହିଳା ଜଣକ ନିଜର ପୁଅକୁ ସାଙ୍ଗରେ ଧରି ଦିଲ୍ଲୀର ନାଙ୍ଗଲୋଇରେ ରହୁଥିବା ସଂପର୍କୀୟଙ୍କ ଘରେ ପହଞ୍ଚିଲେ। ସେଠାରେ ବି ଜିତେନ୍ଦ୍ର ପହଞ୍ଚିଗଲା। ତା’ପରେ ମହିଳାଜଣକ ପୁଲିସ ନିକଟରେ ଏ ସଂପର୍କରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଜିତେନ୍ଦ୍ରକୁ ଧରିବାକୁ ସକ୍ଷମ ହୋଇ ନଥିଲା।


ଏହାପରେ କିଛି ଦିନ ତଳେ ଜିତେନ୍ଦ୍ର ତାଙ୍କୁ ବକେୟା ଟଙ୍କା ଦେବ ବୋଲିଏକ ଜାଗାକୁ ଡାକିଥିଲା। ସେଠାରେ ପହଞ୍ଚିବା ମାତ୍ରେ ସେ ମହିଳାଙ୍କଠାରୁ ତାଙ୍କ ପୁଅକୁ ଛଡ଼ାଇ ନେଇଥିଲା ଓ ଗୋରଖପୁରରେ ଛଅ ମାସ ଯାଏଁ ପାର୍ଟିରେ ନାଚିବାକୁ କହିଥିଲା। ତା’ପରେ ମହିଳାଜଣକ ନଜଫଗଡ଼ ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ ଜିତେନ୍ଦ୍ରକୁ ଗିରଫ କରିଲା ଓ ପୁଅକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର