ଅଜବ ମାଆର ଗଜବ ମମତା! ଅତ୍ୟଧିକ ଭଲପାଇବା କାଳ ହେଲା, ଅଲଗା ହେବେ ମାଆ-ପୁଅ

ସିଲିଗୁଡ଼ି: ସବୁ ଅତିର ପରିଣାମ ଇତି। ଏପରିକି କାହା ପ୍ରତି ଅତି ଶ୍ରଦ୍ଧା ବି ବିପଦ ପ୍ରମାଣିତ ହୋଇପାରେ। ନିଜ ପୁଅକୁ ଅତି ଶ୍ରଦ୍ଧା କରୁଥିବା ଜଣେ ମାଆଙ୍କ କାହାଣୀ ଏବେ ଚର୍ଚ୍ଚା ପାଲଟିଛି। ମାଆର ଅତ୍ୟଧିକ ଭଲପାଇବା ପାଲଟି ଯାଇଛି ପୁଅ ପାଇଁ ଶିକୁଳି। ଜାଣିବାକୁ ମିଳିଛି ଯେ ମାଆ ଜଣକ ନିଜ ପୁଅକୁ ଆବଶ୍ୟକଠାରୁ ବି ଅଧିକ ସ୍ନେହ କରନ୍ତି। ଖାସ୍‌ ସେଇଥିପାଇଁ ସେ ପୁଅକୁ ବାହାରକୁ ନଛାଡ଼ି ଘରେ ବନ୍ଦୀ ପରି ନିଜ ପଣତ କାନି ତଳେ ରଖନ୍ତି। ଇତି ମଧ୍ୟରେ ପୁଅକୁ ୧୫ ବର୍ଷ ବୟସ ହୋଇ ଯାଇଥିଲେ ମଧ୍ୟ ମାଆ ତାଙ୍କୁ ନା ପଢ଼ିବା ପାଇଁ ଛାଡ଼ନ୍ତି ନା ପୁଣି କେଉଁ କାମରେ ବାହାରକୁ ଛାଡ଼ନ୍ତି। ସେ ଦିନ ରାତି ୨୪ ଘଣ୍ଟା ନିଜ ଦୃଷ୍ଟିରେ ରଖିବା ପାଇଁ ଘରେ ପୂରାଇ ରଖନ୍ତି।

ଏଭଳି ଏକ ପରିସ୍ଥିତି ଦେଖିବା ପରେ ପ୍ରଶାସନ ଏବେ ବିବଶ। ଦୁଃଖ ଲାଗୁଥିଲେ ମଧ୍ୟ ଏବେ ସେହି ମାଆ-ପୁଅଙ୍କୁ ଅଲଗା କରାଯିବାର ନିଷ୍ପତ୍ତି ନିଆଯାଇଛି। ପୁଅର ଭବିଷ୍ୟତ ପାଇଁ ମାଆର ଏପରି ଅନ୍ଧ ଭଲପାଇବା ବାଧକ ସାଜିଛି। ସହର ସମାଜସେବୀ ସୋମନାଥ ଚାଟାର୍ଜୀଙ୍କୁ ଯେତେବେଳେ ଜଣାପଡ଼ିଲା ଯେ ଜଣେ ମାଆ ସ୍ନେହରେ ଅନ୍ଧ ହୋଇ ନିଜ ପୁଅକୁ ବନ୍ଦୀ ବାନାଇ ରଖୁଛନ୍ତି ସେ ମାଆ ଶାଶ୍ୱତୀ ଭୌମିକଙ୍କ ନାମରେ ଏକ ଅଭିଯୋଗ ଆଣିଲେ।

ସେ ଦର୍ଜିଂ ଜିଲ୍ଲାର ଅତିରିକ୍ତ ପ୍ରଭାରୀ, ଶିଶୁ ବିକାଶ କମିଟିର ମାଜିଷ୍ଟ୍ରେଟ୍‌ଙ୍କୁ ଗତ ୨୦ ଏପ୍ରିଲ୍‌ରେ ଲିଖିତ ଆକାରରେ ଅଭିଯୋଗ ଦେଇଥିଲେ। ଏବେ ସେହି ମାମଲାର ବିଚାର ହୋଇ ମାଅ ଶାଶ୍ୱତୀଙ୍କଠାରୁ ପୁତ୍ର ପୃଥୀରାଜକୁ ଏବେ ଅଲଗା କରି ଦିଆଯିବ। ୨୦୧୫ ମସିହାରେ ପୃଥୀରାଜଙ୍କ ବାପାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ମାଆଙ୍କ ଆଚରଣ ପୁତ୍ରକୁ ନେଇ ଏପରି ହୋଇଯାଇଛି ବୋଲି ଜାଣିବାକୁ ମିଳିଛି। ଏବେ ମାଆଠାରୁ ପିଲାକୁ ଅଲଗା କରାଯାଇ ସରକାରୀ ଶିଶୁ ବିକାଶ ଗୃହରେ ରଖାଯିବ।

ସମ୍ବନ୍ଧିତ ଖବର