ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମା’ ନିଜ ଶିଶୁକୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲା । ଏତିକି ବେଳେ ବାପା ଟ୍ରେନରୁ ଡେଇଁ ଶିଶୁର ଜୀବନ ବଞ୍ଚାଇଥିଲେ।
ଏଭଳି ଏକ ଘଟଣା ଯମୁନାପାରର ଛିବକି ଜଙ୍କସନରେ ଘଟିଛି। ଘଟଣାସ୍ଥଳରେ ଆରପିଏଫ ଓ ଜିଆରପି ଫୋର୍ସ ଉପସ୍ଥିତ ଥିଲେ। ଆରପିଏଫ ଓ ଜିଆରପି ଆହତ ଶିଶୁକୁ ତାର ପିତାଙ୍କ ସହିତ ହସ୍ପିଟାଲ ପଠାଇଥିଲେ। ଡାକ୍ତର ଶିଶୁକୁ ପ୍ରାଥମିକ ଚିକିତ୍ସା ଦେବା ପରେ ସେ ସୁସ୍ଥ ଅଛି।
ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରୟାଗରାଜ ମଣ୍ଡଳର ଛିବକି ଜଙ୍କସନରୁ ଗୁରୁବାର ସକାଳ ୭.୪୩ରେ ଜନତା ଏକ୍ସପ୍ରେସ ମୁମ୍ବାଇ ଅଭିମୁଖେ ଯାଉଥିଲା। ଏହି ଟ୍ରେନରେ ମିର୍ଜାପୁରରୁ କୋଚ ସଂଖ୍ୟା ବି୨ର ସିଟ ସଂଖ୍ୟା ୪୧ ଓ ୪୨ରେ ସ୍ବାମୀ ଶିବମ ସିଂହ ଓ ପତ୍ନୀ ଅଂଶୁ ନିଜର ଏକବର୍ଷ ଶିଶୁ ସହିତ ମୁମ୍ବାଇ ଯାଉଥିଲେ। ଶିବମ ମୁମ୍ବାଇରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରି ଥାଆନ୍ତି। କରୋନା ମହାମାରୀ ସମୟରେ ସେ ଘରକୁ ଚାଲି ଆସିଥିଲେ। ଏବେ ପରିସ୍ଥିତିରେ ସୁଧାର ଆସିବା ପରେ ସେ ପୁଣିଥରେ ମୁମ୍ବାଇ ଫେରୁଥିଲେ। ଯାତ୍ରା କରୁଥିବା ସମୟରେ ଶିଶୁ ବାରମ୍ବାର କାନ୍ଦୁଥିଲା । ଏହି ସମୟରେ ଶିବମ ଶିଶୁକୁ ଚୁପ କରିବା ସହିତ ତାକୁ ସ୍ତନପାନ କରାଇବାକୁ ପତ୍ନୀକୁ କହିଥିଲେ।
ଏଥିରେ ପତ୍ନୀ ରାଗି ଯାଇ ଶିଶୁକୁ ଚଳନ୍ତା ଟ୍ରେନରୁ ତଳକୁ ଫିଙ୍ଗି ଦେଇଥିଲେ। ଏହା ଦେଖି ଶିବମ ତୁରନ୍ତ ଚଳନ୍ତା ଟ୍ରେନରୁ ଡେଇଁ ଶିଶୁକୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଏହି ସମୟରେ ଟ୍ରେନର ଗତି ଧିର ଥିବା ସହିତ ଧାରଣାରେ ଅନ୍ୟ ଟ୍ରେନ ବି ଆସି ନଥିଲା। କୁହାଯାଉଛି ମହିଳାଙ୍କ ମାନସିକସ୍ଥିତି ଠିକ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Father-Saves-Daughters-Life_Thumbnail.jpg)