ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖୁଥିଲା ପୁଅ, ମା’ ଛଡାଇ ନେବାରୁ କଲା ଆତ୍ମହତ୍ୟା

କୋଲକାତା: ପଶ୍ଚିମ ବଙ୍ଗଳ ରାଜଧାନୀ କୋଲକାତାର ଗରିୟା ଅଞ୍ଚଳରେ ଜଣେ ୧୬ବର୍ଷର ଛାତ୍ର ଫାସି ଦେଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଛାତ୍ର ଜଣକ ରାତିସାରା ସ୍ମାର୍ଟଫୋନ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥିଲା। ଫଳରେ ପୁଅର ମା’ ଏଥିରୁ ନିବୃତ୍ତ ରହିବାକୁ ବାରମ୍ବାର ମନା କରିଥିଲେ ଓ ପୁଅ କଥା ନଶୁଣିବାରୁ ମୋବାଇଲ ଛଡ଼ା ନେଇଥିଲେ। ଏଥିରେ ପୁଅ ରାଗି ଯୋଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗଳ ରାଜଧାନୀ କୋଲକାତାର ଗରିୟା ଅଞ୍ଚଳରେ ରହୁଥିବା ସେକତ ବୋରଲ ପରୀକ୍ଷାରେ ୮୩ପ୍ରତିଶତ ନମ୍ବର ଆଣିଥିବା ହେତୁ ପିତା-ମାତା ତାକୁ ଖୁସି ହୋଇ ଏକ ସ୍ମାର୍ଟଫୋନ୍‌ ଉପହାର ଦେଇଥିଲେ।

ସେକତଙ୍କ ମା’ଙ୍କ କହିବାନୁସାରେ, ସେ ପୁଅକୁ କଥା ଦେଇଥିଲେ କି ଯଦି ପରୀକ୍ଷାରେ ଭଲ ନମ୍ବର ଆଣେ ତେବେ ତାକୁ ଏକ ମୋବାଇଲ ଫୋନ୍‌ ଉପହାର ଦେବେ। ପୁଅ ୮୩ ପ୍ରତିଶତ ନମ୍ବର ଆଣିବା ପରେ ତାକୁ ମୋବାଇଲ ଫୋନ୍‌ ଦିଆଯାଇଥିଲା। ସେ ଧୀରେଧୀରେ ଅନ୍ୟ କୌଣସି କାମରେ ମନ ନଦେଇ ଅଧିକାଂଶ ସମୟ ମୋବାଇଲ ଫୋନ୍‌ରେ ବିତାଇଥିଲା। ଦିନେ ପୁଅର ମୋବାଇଲ ଫୋନ୍‌ ଛଡ଼ାଇ ଆଣି ମା’ ଦେଖିଲା ବେଳକୁ ସେଥିରେ ପର୍ଣ୍ଣ ଭିଡିଓ ଥିଲା। ଏହାପରେ ପୁଅକୁ ଆଉ ମୋବାଇଲ ଦେଇ ନଥିଲେ । ସେଦିନ ରାତିରେ ପୁଅ ରାଗି ଯାଇ ନଖାଇ ଶୋଇ ପଡ଼ିଥିଲା ଏବଂ ରାତି ଫାସି ଦେଇ ଆତ୍ମହତ୍ୟା କରିଥିଲା।

ସମ୍ବନ୍ଧିତ ଖବର