ଫେସ୍‌ବୁକ୍‌ ପ୍ରେମ ଆଗରେ ଫିକା ପଡ଼ିଲା ମା’ର ମମତା, ପ୍ରେମିକ ସହ ଯିବା ପାଇଁ ରୋକିବାରୁ ମା’କୁ ହତ୍ୟା କଲା ଝିଅ

ନୂଆଦିଲ୍ଲୀ : ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ । କିନ୍ତୁ ପ୍ରେମରେ ଅନ୍ଧ ହୋଇ ନିଜ ଜନ୍ମ କଲା ମା’କୁ ହତ୍ୟା କରିବା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ । ଫେସ୍‌ବୁକ୍‌ ପ୍ରେମିକ ସହ ଯିବା ପାଇଁ ରୋକିବାରୁ ଜଣେ ନାବାଳିକା ନିଜ ମା’ଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ତାମିଲନାଡ଼ୁରେ ଘଟିଥିବା ଜଣା ପଡ଼ିଛି । ଅଭିଯୁକ୍ତ ଝିଅର ନାଁ ଦେବୀ ପ୍ରିୟା ହୋଇଥିବା ବେଳେ ପ୍ରେମିକର ନାଁ ବିବେକ ବୋଲି ଜଣାପଡ଼ିଛି । ବିବେକ ଦେବୀପ୍ରିୟଙ୍କାଙ୍କୁ ଫେସ୍‌ବୁକ୍‌ରେ ଦେଖା କରିବା ସହ ତାଙ୍କୁ ନିଜ ଘରକୁ ଆଣିବା ପାଇଁ ଚାହୁଁଥିଲେ । କିନ୍ତୁ ଦେବୀପ୍ରିୟାଙ୍କ ମା’ ଏହାକୁ ବିରୋଧ କରିବାରୁ ଦେବୀପ୍ରିୟା ରାଗରେ ନିଜ ମା’ଙ୍କୁ ଛୁରାମାଡ଼ କରି ହତ୍ୟା କରିଥିଲେ । ପୁଲିସ ଏବେ ଅଭିଯୁକ୍ତ ଝିଅ ସମେତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Hindustan Times

ସୂଚନା ମୁତାବକ, ବିବେକ ଏକ କପଡ଼ା କମ୍ପାନୀରେ କାମ କରୁଥିବା ବେଳେ ଦେବୀପ୍ରିୟାଙ୍କୁ ଆଣିବା ପାଇଁ ସେ ନିଜର ଦୁଇ ସାଙ୍ଗଙ୍କୁ ପଠାଇଥିଲେ । ଦୁଇ ସାଙ୍ଗ ଦେବୀପ୍ରିୟାଙ୍କ ଘରେ ପହଞ୍ଚିବା ପରେ ସେ ନିଜ ବ୍ୟାଗ୍‌ ପ୍ୟାକ୍‌ କରିବା ଆରମ୍ଭ କରିଥିଲେ । ଦେବୀପ୍ରିୟାଙ୍କୁ ଏଭଳି କରୁଥିବା ଦେଖି ମା’ ଭାନୁମତୀ ରୋକିଥିଲେ । କିଛି ସମୟ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଦେବୀପ୍ରିୟା ଭାନୁମତୀଙ୍କୁ ଛୁରାମାଡ଼ କରି ଖସି ପଳାଇଥିଲେ । କିନ୍ତୁ ଗାଁ ଲୋକେ ଦେବୀପ୍ରିୟା ଏବଂ ତାଙ୍କୁ ନେବାକୁ ଆସିଥିବା ଦୁଇ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ । ପୁଲିସ ଏବେ ଏହି ଘଟଣାକୁ ନେଇ ତଦନ୍ତ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର