ଭୋପାଲ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ କିଛି ଦୁର୍ବୃତ୍ତ ପ୍ରେମୀଯୁଗଳଙ୍କୁ ମାଡ ମାରିବା ସହିତ ଯୁବତୀଙ୍କ ପୋଷାକ ଖୋଲି ଅଶ୍ଳୀଳ ଭିଡିଓ ବନାଇ ସୋସିଆଲ ମଡିଆରେ ଛାଡ଼ି ଦେଇଛନ୍ତି। ଏହି ଭିଡିଓ ଭାଇରାଲ ହେଲା ପରେ ପୁଲିସ ଦୋଷୀକୁ ଗିରଫ କରି ଉଚିତ ଦଣ୍ଡ ଦେଇଛି।

Advertisment

publive-image

ସୂଚନାଯୋଗ୍ୟ, ଏହି ପ୍ରେମୀଯୁଗଳ ଜିଲ୍ଲାର ବନ ବିଭାଗର ହଥନି ନରସରିକୁ ବୁଲିବାକୁ ଆସିଥିଲେ। ନିଛାଟିଆ ଦେଖି ପୂର୍ବରୁ ସେଠାରେ ବୁଲୁଥିବା କିଛି ବଦମାସ ପିଲା ଏହି ପ୍ରେମୀଯୁଗଳଙ୍କ ପାଖକୁ ଆସି ଯୁବତୀଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିବାକୁ ଲାଗିଥିଲେ ଓ ପୋଷାକ ଖୋଲିବାକୁ ଉଦ୍ୟମ କରିଥିଲେ। ଏପରି ନକରିବାକୁ ପୀଡିତା କାନ୍ଦିକାନ୍ଦି ଯେତେ କାକୁତିମିନତି କରିଥିଲେ ହେଁ କେହି ତା’ଙ୍କ କଥା ଶୁଣି ନଥିଲେ। ପୀଡିତାଙ୍କ ସହିତ ତାଙ୍କ ପୁରୁଷ ବନ୍ଧୁ ବି ଏପରି କରିବାକୁ ମନା କରିଥିଲେ। ହେଲେ ଦୁର୍ବୃତ୍ତ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ବନାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ।

publive-image

ଏହି ଖବର ଜିଲ୍ଲା ଏସ୍‌ପିଙ୍କ ପାଖରେ ପହଞ୍ଚିବା ପରେ ସେ ଯାଞ୍ଚ ଆଦେଶ ଦେଇଥିଲେ। ଭିଡିଓରେ ୫ଜଣ ଦୁର୍ବୃତ୍ତ ଏଭଳି ଘଟଣାରେ ସାମିଲ ଥିବା ସ୍ପଷ୍ଟ ଭାବେ ଦେଖାଯାଉଛି।

ସୌଜନ୍ୟ: ଲେଟେଷ୍ଟଲି