ଅର୍ଥ ରୋଜଗାର ଲାଗି ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବକ, ଗିରଫ କଲା ପୁଲିସ

ଭୋପାଳ: ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାରୁ ଜଣେ ୨୪ବର୍ଷିୟ ଯୁବକକୁ ଗିରଫ କରିଛି ପୁଲିସ | ଯୁବକଙ୍କୁ ମଧ୍ୟପ୍ରଦେଶର ବିଦିଶାରୁ ପୁଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ ଲାଇଭ କରି ଟଙ୍କା ଆୟ କରୁଥିବା କଥା ସାମ୍ନାକୁ ଆସିଛି | ଅଭିଯୁକ୍ତଙ୍କ ଦ୍ଵିତୀୟ ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି | ଅନିଚ୍ଛା ସତ୍ୱେ ଦର୍ଶକଙ୍କୁ ସେମାନଙ୍କର ଅନ୍ତରଙ୍ଗ ମୂହୁର୍ତ୍ତ ଦେଖାଇବା ସହ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତା, ଯାହା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି |

Employees of Odisha hotel record obscene video of girl, blackmail her for ransom | India News – India TV
India TV News

ପୁଲିସର କହିବା ମୁତାବକ, ଅଭିଯୁକ୍ତ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ମଧ୍ୟ ସାଇବର ଜଗତ ବିଷୟରେ ତା’ର ଅଧିକ ଜ୍ଞାନ ରହିଥିଲା, ଯାହାକୁ ବ୍ୟବହାର କରି ସେ ଟଙ୍କା ଆୟ କରିବ ବୋଲି ଭାବିଥିଲା | ପ୍ରଥମ ପତ୍ନୀଙ୍କ ସହ ସୋସିଆଲ ମିଡିଆରେ ଦେଖାହୋଇ ବିବାହ କରିବା ପରେ ଏବେ ସେ ୭ମାସର ଗର୍ଭବତୀ ଅଛନ୍ତି | ଦ୍ଵିତୀୟ ପତ୍ନୀ  ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଉଥିଲେ | ତାଙ୍କୁ ବିବାହ କରିବା ପାଇଁ ଅଭିଯୁକ୍ତ ଭକ୍ତ ହୋଇ ଆଧ୍ୟାତ୍ମିକ ଗୁରୁ ପାଖରେ ପହଞ୍ଚିଥିଲେ | ସେଠାରେ ଦୁହିଁଙ୍କ ଦେଖା ହେବା ପରେ ଦୁହେଁ ବିବାହ କରିଥିଲେ | ୨ଟି ବିବାହ ପରେ ଅଭିଯୁକ୍ତ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲା | ପ୍ରଥମ ପତ୍ନୀ ଏହାକୁ ସମର୍ଥନ କରୁଥିବା ବେଳେ ଦ୍ଵିତୀୟ ପତ୍ନୀ ଏହାକୁ ବିରୋଧ କରୁଥିଲେ | ଅଭିଯୁକ୍ତ ବିଭିନ୍ନ ଆପ ଜରିଆରେ ଲାଇଭ କରି ଦିନକୁ ୩ରୁ ୪,୦୦୦ଟଙ୍କା ଆୟ କରୁଥିଲା | ଏଭଳି ଲାଇଭ କରି ଅଭିଯୁକ୍ତ ୬ଲକ୍ଷ ଟଙ୍କା ଆୟ କରିସାରିଥିଲା | କିନ୍ତୁ ବାରମ୍ବାର ଏଭଳି ହେବା ପରେ ଶେଷରେ ଅଭିଯୁକ୍ତଙ୍କ ଦ୍ଵିତୀୟ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ, ଯାହା ପରେ ତାକୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର