ଜେଲ୍‌ରେ ବନ୍ଦୀ ଥିବା ସ୍ୱାମୀର ଦେହ ଖରାପ ବୋଲି କହି ପତ୍ନୀକୁ ଡ଼ାକିଲେ, ଅଧାବାଟରେ ଦୁଷ୍କର୍ମ କଲେ ଜେଲ ଓ୍ଵାର୍ଡେନ୍

ସାରଙ୍ଗପୁର(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରୁ ପ୍ରାୟ ଏକାଧିକ ଦୁଷ୍କର୍ମ ମାମଲା ରିପୋର୍ଟ ହେଉଥିବା ସତ୍ତ୍ୱେ ଏହାର ସଂଖ୍ୟା କମ ହେବାର ନାଁ ନେଉ ନାହିଁ । ପ୍ରତିଦିନ ଦୁଷ୍କର୍ମ ଭଳି ଅପରାଧ ସାମ୍ନାକୁ ଆସୁଛି । କିନ୍ତୁ ମଧ୍ୟପ୍ରଦେଶର ସାରଙ୍ଗପୁରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସାରଙ୍ଗପୁର ଉପ-କାରାଗାର ଜଗୁଥିବା ଦୁଇ ଓ୍ଵାର୍ଡେନଙ୍କ କାମ ସମସ୍ତଙ୍କୁ ଚକିତ କରିଛି । ଉପ-କାରାଗାରରେ ବନ୍ଦୀ ଥିବା ସ୍ୱାମୀର ଦେହ ଖରାପ ଅଛି ବୋଲି କହି ପୀଡ଼ିତାଙ୍କୁ ଡ଼ାକିବା ସହ ୪ଜଣ ତାଙ୍କ ସହ ଦୁଷ୍କର୍ମ କରିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ଏ ନେଇ ପୀଡ଼ିତା ୪ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ୪ଜଣଙ୍କୁ ଗିରଫ କରି ନ ଥିବା ଜଣାପଡ଼ିଛି ।

Related image
indiatoday.in

ସୂଚନା ମୁତାବକ, ନଭେମ୍ବର ୧ରେ ଦଳିତ ମହିଳାଙ୍କୁ କେହି ଜଣେ ଫୋନ କରି ସାରଙ୍ଗପୁର ଉପ-କାରାଗାରରେ ଥିବା ତାଙ୍କ ସ୍ୱାମୀଙ୍କ ଦେହ ଖରାପ ବୋଲି କହିଥିଲେ । ଏହା ସହ ତୁରନ୍ତ ଆସି ଉପ-କାରାଗାରରେ ପହଞ୍ଚିବାକୁ କହିଥିଲେ । କିନ୍ତୁ ଯିବା ପାଇଁ ସୁବିଧା ନାହିଁ ବୋଲି କହି ପୀଡ଼ିତା ଫୋନ ରଖି ଦେଇଥିଲେ । ଏହାର କିଛି ସମୟ ପରେ ରାମଚନ୍ଦ୍ର ଗୁର୍‌ଜାର ନାମକ ଜଣେ ଯୁବକ ଫୋନ କରି ତାଙ୍କୁ ଉପ-କାରାଗାରକୁ ନେଇଯିବି ବୋଲି କହିଥିଲେ । ପୀଡ଼ିତା ରାମଚନ୍ଦ୍ରଙ୍କ କଥା ମାନି ତାଙ୍କ ସହ ସାରଙ୍ଗପୁର ବାହାରିଥିଲେ । ରାତି ୮ଟାରେ ଅଧା ବାଟରେ ରାମଚନ୍ଦ୍ର ଗାଡ଼ି ଅଟକାଇବା ସହ ସେଠାରେ ଥିବା ଅନ୍ୟ ୩ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ୩ଜଣ ଅଭିଯୁକ୍ତଙ୍କ ନାଁ ସାଗର ଗୁର୍‌ଜାର, ମଲମ ସିଂହ ରଘୁବଂଶୀ ଏବଂ ହରିରାମ ବୋଲି ଚିହ୍ନଟ କରାଯାଇଛି । ୩ ଜଣଙ୍କ ମଧ୍ୟରୁ ମଲମ ସିଂହ ରଘୁବଂଶୀ ଏବଂ ହରିରାମ ସାରଙ୍ଗପୁର ଉପ-କାରାଗାରରେ ଓ୍ଵାର୍ଡେନ ଭାବେ କାମ କରୁଥିବା ଜଣାପଡ଼ିଛି । ଘଟଣା ପରେ ୪ଜଣ ଫେରାର ଥିବା ବେଳେ ଗିରଫ କରିପାରି ନାହିଁ ପୁଲିସ ।

ସମ୍ବନ୍ଧିତ ଖବର