ନିଜ ପିଲାଙ୍କୁ ହତ୍ୟା କରି ମହିଳାଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଶରୀର

ସାଗର: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମଧ୍ୟପ୍ରଦେଶସ୍ଥିତ ସଗରର ଜଣେ ମହିଳା ସୋମବାର ନିଜର ୩ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସନ୍ଦେହ କରୁଛି ଯେ ମହିଳା ଜଣକ ପ୍ରଥମେ ନିଜର ୩ ପିଲାଙ୍କୁ ମାରିବା ପରେ ପରେ ନିଜ ବେକରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି।

ମହିଳାଙ୍କ ନାମ କୁନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି କୁନ୍ତି ଦେବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା ଓ ତାଙ୍କର ୩ ଜଣ ପିଲା ତାଙ୍କ ପାଦ ତଳେ ପଡ଼ି ରହିଥିଲେ। କୁନ୍ତୀଙ୍କର ୨ ପୁଅ ଓ ଜଣେ ଝିଅ ୩ ଜଣ ଯାକ ୬ ବର୍ଷ ମଧ୍ୟରେ ଥିଲେ ବୋଲି ଜାଣିବାକୁ ମିଳିଛି।

ଏପରି ଘଟଣା ଘଟିବା ପରେ ଖବର ପାଇ ପୁଲିସ୍‌ ଅଧିକାରୀ ଅମିତ ସାଂଘି, ଅତିରିକ୍ତ ପୁଲିସ୍‌ ଅଧିକାରୀ ରଜେସ ଭ୍ୟାସ୍‌ ଓ ଅନ୍ୟ ପୁଲିସ୍‌ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧିତ ଖବର