ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଗଷ୍ଟ ମାସରେ ବିବାହ କରିଥିବା ପତ୍ନୀକୁ ଛୁରୀ ଭୁସି ସ୍ବାମୀ ହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଲକଡାଉନ ଜାରି ହୋଇଥିଲା। ଏହି ସମୟରେ ଇନ୍ଦୋରର ସୟୋଗିତାଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳର ଜାଭାରା କମ୍ପାଉଣ୍ଡରେ ବସବାସ କରୁଥିବା ଅନସୁଙ୍କର ଜଣେ ଯୁବତୀଙ୍କ ସହିତ ବନ୍ଧୁତା ହୋଇଥିଲା। ବନ୍ଧୁତାର କିଛି ମାସ ପରେ ଅଗଷ୍ଟ ମାସରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ପରେ ଅର୍ଥାତ ଅକ୍ଟୋବର ମାସ ବେଳକୁ ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା।
ଗତ ମଙ୍ଗଳବାର ରାତିରେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଏତେ ବୃଦ୍ଧି ପାଇଥିଲା ଯେ ସ୍ବାମୀ ଅନସୁ ପତ୍ନୀଙ୍କ ଗଳାକୁ କୁକୁର ବନ୍ଧା ଚେନର ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ଅସଫଳ ରହିବାରୁ ସେ ରୋଷେଇ ଘରୁ ଏକ ଛୁରୀ ଆଣି ପତ୍ନୀଙ୍କୁ ଭୁସି ହତ୍ୟା କରିଥିଲେ। ଏହାପରେ ଅଭିଯୁକ୍ତ ସ୍ବାମୀ ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ମୃତଦେହକୁ ଜବତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Untitled-1-copy-48.jpg)