ନକଲି ଆକାଉଣ୍ଟ ତିଆରି କରି ବିଜ୍ଞାପନ କମ୍ପାନିର ସିଇଓଙ୍କ ବିରୋଧରେ ଆଣିଥିଲେ ଯୌନ ଶୋଷଣର ଆରୋପ, ଗିରଫ ହେବା ପରେ ସାମ୍ନାକୁ ଆସିଲା ପ୍ରକୃତ କାରଣ

ମୁମ୍ବାଇ : ସୋମବାର ଜଣେ ୨୫ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । # ମି ଠୁ ଅଭିଯାନର ଫାଇଦା ଉଠାଇବାକୁ ଯାଇ ଜଣେ ଯୁବକ ନିଜର ନକଲି ଆକାଉଣ୍ଟ କରିଥିଲେ । ପରେ ଏହା ଜରିଆରେ ଜଣେ ବିଜ୍ଞାପନ କମ୍ପାନିର ସିଇଓଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟଟି ଭାଇରାଲ ହେବା ପରେ ବିଜ୍ଞାପନ କମ୍ପାନିର ସିଇଓ ଏ ନେଇ ଅଭିଯୋଗ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ମାର୍ଚ୍ଚ ୧୬ରେ ଏତଲା ରୁଜୁ ହୋଇଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

hindustantimes.com

ଗିରଫ ହୋଇଥିବା ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ମୋର ଜଣେ ମହିଳା ବନ୍ଧୁ ଏହି ବିଜ୍ଞାପନ କମ୍ପାନିରେ କାମ କରୁଥିଲେ । କାମ କରିବା ସମୟରେ ସେ କମ୍ପାନିର ସିଇଓଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋବା ପରେ ସେ ବିଷୟରେ ମୋତେ ଆସି ଜଣାଇଥିଲେ । ସବୁ ଜାଣିବା ପରେ ମୁଁ ଜଣେ ମହିଳାଙ୍କ ନାଁରେ ନକଲି ଆକାଉଣ୍ଟ କରି ଏଭଳି କରିଥିିଲି ବୋଲି କହିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତଙ୍କ ଏଭଳି ବୟାନ ଆସିବା ପରେ ସତ କ’ଣ ଜାଣିବା ପାଇଁ ପୁଲିସ ପୁଣି ଥରେ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର