ଡେଲିଭରୀ ବଏ ପରିଚୟ ଦେଇ ନାବାଳିକା ସହ ଦୁଷ୍କର୍ମ କଲା ଯୁବକ, ସାମ୍ନାକୁ ଆସିଲା ଏଭଳି ଘଟଣା

ମୁମ୍ବାଇ : ମୁମ୍ବାଇର ବିରାର ଅଞ୍ଚଳରେ ଜଣେ ଯୁବକ ନିଜକୁ ଡେଲିଭରୀ ବଏ ବୋଲି କହି ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ଏତଲା ଲେଖି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

timeslive.co.za

ସୂଚନା ଅନୁଯାୟୀ, ପୀଡ଼ିତା ଘରେ ଏକା ଥିବା ବେଳେ ଅଭିଯୁକ୍ତ କବାଟ ବାଡ଼ାଇଥିଲେ । ନିଜକୁ ଡେଲିଭରୀ ବଏ ବୋଲି କହିବାରୁ ପୀଡ଼ିତା କବାଟ ଖୋଲିଥିଲେ । ଯାହା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ପାଣି ମାଗିବାରୁ ପୀଡ଼ିତା ପାଣି ଆଣିବାକୁ ଯିବା ପରେ ଅଭିଯୁକ୍ତ ଘର ଭିତରକୁ ପଶି ଆସି ଦୁଷ୍କର୍ମ ଭଳି ଅପରାଧ କରିଥିଲେ । ତେବେ ଅପରାଧ କରି ଅଭିଯୁକ୍ତ ଯିବା ପରେ ପୀଡ଼ିତା ଘରୁ ବାହାରିବା ବନ୍ଦ କରି ଦେଇଥିଲେ । ଏହା ସହ ନିଜ ମା’ଙ୍କୁ ମଧ୍ୟ ବାହାରକୁ ଯିବା ପାଇଁ ଦେଉ ନଥିଲେ । ଝିଅର ଏଭଳି ବ୍ୟବହାର ଦେଖି ତାଙ୍କ ମା’ଙ୍କୁ ସନ୍ଦେହ ହେବାରୁ ସେ ପୀଡ଼ିତାଙ୍କୁ ଘଟଣା କ’ଣ ପଚାରିଥିଲେ । ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର