ମୁମ୍ବାଇ: ମୁମ୍ବାଇରେ କ୍ୟାବ୍ ଚାଳକ ଦ୍ୱାରା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଏକ ମାମଲା ପୁଣିଥରେ ସାମ୍ନାକୁ ଆସିଛି। କ୍ୟାବ୍ ଚାଳକ ଓ ତା’ର ସାଥୀ ମହିଳାଙ୍କୁ ପ୍ରଥମେ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ତାଙ୍କଠାରୁ ପର୍ସ, ଟଙ୍କା, ଘଡି ଆଦି ଲୁଟି ନେଇଥିଲେ। କେବଳ ଏତିକି ନୁହେଁ, ମହିଳାଙ୍କ ସହିତ କ୍ୟାବ୍ ଡ୍ରାଇଭର ତାଙ୍କର ସାଥୀ ସହିତ ମିଶି ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ଥାନେ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମକାରୀ କ୍ୟାବ୍ ଡ୍ରାଇଭର ସୁରେଶ ଗୋସ୍ୱାମୀ ଓ ତା’ର ଜଣେ ସାଥୀ ଉମେଶ ଝାଲାକୁ ଗିରଫ କରିଛି।
/sambad/media/post_attachments/wp-content/uploads/2017/12/sakshipost2F2017-122F0d04de40-8023-4a33-a9bb-c2bc18a5d17d2Frape-300x215.jpg)
ଥାନେ ପୁଲିସ ଅଧ୍ୟକ୍ଷକଙ୍କ କହିବାନୁସାରେ, ଡିସେମ୍ବର ୧୯ ତାରିଖ ମହିଳା ଥାନେ ଯିବା ପାଇଁ କ୍ୟାବ୍ ବୁକ୍ କରିଥିଲେ। ତେବେ କ୍ୟାବ୍ରେ ବସିବା ପୂର୍ବରୁ ଆଉ ଜଣେ ବ୍ୟକ୍ତି ସେହି କ୍ୟାବ୍ରେ ବସିଥିବା ମହିଳା ଦେଖିବାକୁ ପାଇଥିଲେ। ପୀଡିତ ମହିଳା ଭାବିଲେ ବୋଧ ହୁଏ ଏହା ସେୟାରିଂ କ୍ୟାବ୍ ହୋଇଥିବ। ସେଥିପାଇଁ କୌଣସି ଚିନ୍ତା ନକରି ସେ କ୍ୟାବ୍ରେ ବସି ଯାଇଥିଲେ। ଏହାପରେ କ୍ୟାବ୍ ଚାଳକ ଓ କ୍ୟାବ୍ରେ ବସିଥିବା ଅନ୍ୟଜଣେ ବ୍ୟକ୍ତି ମହିଳାଙ୍କୁ ଜୋରଜବରଦସ୍ତି ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।
/sambad/media/post_attachments/wp-content/uploads/2017/12/xrape-crime1-26-1493195833.jpg.pagespeed.ic_.J5cHvQDTtc-1-300x225.jpg)
ଏହି ଘଟଣା ସମ୍ପର୍କରେ କ୍ୟାବ୍ ମାଲିକଙ୍କ କହନ୍ତି, ଏହି ଘଟଣାକୁ ନେଇ ତାଙ୍କର କୌଣସି ନେଣଦେଣ ନାହିଁ। କାରଣ କ୍ୟାବ୍ ଚାଳକ ଗତ ୧୦-୧୫ଦିନ ହେବ ଡିୟୁଟିକୁ ଆସୁ ନଥିଲା। ସେ ଛୁଟିରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/1514098304_725x725.jpg)