ଆଖି ମାରିବା ଓ ଫ୍ଲାଇଂ କିସ ଦେବା ମହଙ୍ଗା ପଡ଼ିଲା; ଯୁବକଙ୍କୁ ହେଲା ବର୍ଷେ ଜେଲ

ମୁମ୍ବାଇ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ମୁମ୍ବାଇରେ ୨୦ବର୍ଷର ଜଣେ ଯୁବକ ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ କରିବା ଅଭିଯୋଗରେ କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି।

କୋର୍ଟଙ୍କ କହିବାନୁସାରେ ଆଖି ମାରିବା ଓ ଫ୍ଲାଇଂ କିସ ଏକ ପ୍ରକାର ଅଶ୍ଳୀଳ ଇଙ୍ଗିତ ହୋଇଥାଏ। ତେଣୁ ଏହାକୁ ଦେଖିଲେ ପୀଡିତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା କୁହାଯିବ। ଏହି ଦଣ୍ଡ ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଅଲ ଆଫେନସେସ (ପକ୍ସୋ) ଆକ୍ଟ ଆଧାରରେ କୋର୍ଟ ଶୁଣାଇଛନ୍ତି।

୨୦୨୦ ଫେବୃଆରି ୨୯ରେ ଯୁବକ ଜଣକ ଜଣେ ୧୪ବର୍ଷ ନାବାଳିକାଙ୍କୁ ଆଖି ମାରିବା ସହିତ ଫ୍ଲାଇଙ୍ଗ କିସ ଦେଇଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଜଣାଇବା ପରେ ଯୁବକଙ୍କ ବିରୋଧରେ ଏଲଟି ମାର୍ଗ ପୁଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।

Mumbai crime watch: 10-yr jail for youth who eloped and married 17-year-old niece

ଏହି ଅଭିଯୋଗ ଆଧାରରେ ଯୁବକଙ୍କୁ ଗିରଫ କରାଯାଇଥିଲା। ପୁଲିସ ତତ୍କାଳ କାର୍ଯାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦେଇଥିଲା।

ଟ୍ରାଏଲ କୋର୍ଟରେ ବିଚାର ସମୟରେ ଗିରଫ ଯୁବକ କହିଥିଲେ ଯେ, ନାବାଳିକା ଓ ମୁଁ  ଦୁଇଜଣ ଭିନ୍ନ ସମ୍ପ୍ରଦାୟର। ତେଣୁ ଆମ ଦୁହିଁଙ୍କ ମଧ୍ୟରେ କଥାବର୍ତ୍ତାକୁ ନାବାଳିକା ପସନ୍ଦ କରନ୍ତି ନାହିଁ।  ତେଣୁ ତାଙ୍କ ମା’ ଏଭଳି ଅଭିଯୋଗ କରିଥିଲେ। ନାବାଳିକାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଜି ଲଗାଇ ସେ ଏଭଳି କରିଥିଲେ ବୋଲି ଯୁବକ ଜଣକ କୋର୍ଟରେ କହିଥିଲେ।

ସମ୍ବନ୍ଧିତ ଖବର