ମୁମ୍ବାଇ: ଶୁକ୍ରବାର ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଜଣେ ମହିଳା କିଛି ଡ଼ାକ୍ତରଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ମହିଳାଜଣଙ୍କ ନିଜର ହେୟାର ରିମୁଭାଲ ଚିକିତ୍ସା କରାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଭିଡିଓ ଉତ୍ତୋଳନ କରାଯିବା ପାଇଁ ଚେଷ୍ଟା କରାଯାଇଥିଲା । ଯାହା ପରେ ତୁରନ୍ତ ମହିଳାଜଣଙ୍କ କ୍ୟାମେରା ଲାଗିଥିବା ଜାଣି ନିଜର ଚିକିତ୍ସା ନ କରି ସେଠାରୁ ଚାଲି ଆସିଥିଲେ । ଏହା ସହ ଲାଗିଥିବା କ୍ୟାମେରାର ଫଟୋ ଉଠାଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/07/15775191_web1_Doctor_stock-dr-300x202.jpg)
ମିଳିଥିବା ସୂଚନା ମୁତାବକ, ହେୟାର ରିମୁଭାଲ ଚିକିତ୍ସା ପାଇଁ ପୀଡ଼ିତା ଜୁନ୍ ୨୪ରେ ମୁମ୍ବାଇସ୍ଥିତ ଡ଼ାକ୍ତରଖାନାକୁ ଯାଇଥିବା ବେଳେ ୩ଜଣ ମହିଳା ଡ଼ାକ୍ତର ତାଙ୍କୁ ନିଜର ପୋଷାକ କାଢ଼ିବା ପାଇଁ କହିଥିଲେ । କିନ୍ତୁ ଏହା ପୂର୍ବରୁ ପୀଡ଼ିତା ସ୍ମୋକ୍ ଡିଟେକ୍ଟର ଡିଭାଇସରେ ଲାଗିଥିବା କ୍ୟାମେରାକୁ ଦେଖି ନେଇଥିଲେ । ଯାହା ପରେ ସେ ସେଠାରେ ଚିକିତ୍ସା ନ କରାଇ ଫେରି ଆସିବା ସହ ଲାଗିଥିବା କ୍ୟାମେରାର ଫଟୋ ଉଠାଇ ଆଣିଥିଲେ । ପୁଲିସରେ ଏ ନେଇ ଅଭିଯୋଗ କରାଯିବା ପରେ ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ଦିଆ ଯାଇଛି ।