ବ୍ଲାକ୍‌ମେଲିଂର ଶିକାର ହେଲେ ଫିଲ୍ମ ନିର୍ମାତାଙ୍କ ବାପା, ନକଲି ପର୍ଣ୍ଣ ଭିଡିଓ ତିଆରି କରି ୨୫କୋଟି ମାଗିଲେ ମାଗିଲେ ଅସାମଜିକ ଗୋଷ୍ଠୀ

ମୁମ୍ବାଇ : ମୁମ୍ବାଇରେ ଜଣେ ଫିଲ୍ମ ନିର୍ମାତାଙ୍କ ବାପା ବ୍ଲାକ୍‌ମେଲିଂର ଶିକାର ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ଅସାମାଜିକ ଗୋଷ୍ଠୀ  ବୃଦ୍ଧଙ୍କ ନକଲି ପର୍ଣ୍ଣ ଭିଡିଓ ତିଆରି କରି ତାଙ୍କୁ ବ୍ଲାକ୍‌ମେଲ କରିବା ସହ ୨୫କୋଟି ଟଙ୍କା ମାଗିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଗ୍ୟାଙ୍ଗ୍‌କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୋଗ ଆଣିଥିବା ୬୮ବର୍ଷୀୟ ବୃଦ୍ଧାଙ୍କ ନାଁ ହେଉଛି ଧନ୍‌ରାଜ ସିନ୍ଧି।

ସୂଚନା ମୁତାବକ, ଧନ୍‌ରାଜ୍‌ଙ୍କ ଶରୀରରେ ଯନ୍ତ୍ରଣା ଲାଗି ରହିଥିବାରୁ ଡ଼ାକ୍ତର ତାଙ୍କୁ ମସାଜ ଥେରାପିଷ୍ଟଙ୍କ ପାଖକୁ ଯିବା ପାଇଁ କହିଥିଲେ । ଯାହା ପରେ ତାଙ୍କ ପୁଅ ଅନୀଲ ଭଲ ମସାଜ ଥେରାପିଷ୍ଟଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ । ଏ ବିଷୟରେ ଖବର ପାଇ  ବ୍ଲାକମେଲିଂ ଗ୍ୟାଙ୍ଗର ଜଣେ ସଦସ୍ୟ ଲକି ମିଶା  ଅନୀଲଙ୍କୁ ସଂପର୍କ କରିଥିଲେ । ଯାହା ପରେ ମିଶା ଅନୀଲଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ମସାଜ ଦେବା ଆରମ୍ଭ କରିଥିଲେ।  ଡିସେମ୍ବର ୨୦୧୮ରେ ଧନ୍‌ଲାଜ୍‌ଙ୍କ ମସାଜ ସେସନ୍‌ ସରିଯିବାରୁ ଲକି ଘରକୁ ଆସିବା ବନ୍ଦ କରି ଦେଇଥିଲେ ।

timesofindia.indiatimes.com

କିନ୍ତୁ ଏହାର କିଛି ଦିନ ପରେ ଧନ୍‌ରାଜ୍‌ଙ୍କୁ ରାହୁଲ ଶୁକ୍ଲା ନାମକ ଜଣେ ଯୁବକ ଫୋନ କରି, ମୁଁ ୟୁଟ୍ୟୁବ୍‌ରେ କାମ କରେ ଏବଂ ଆପଣଙ୍କ ପର୍ଣ୍ଣ ଭିଡିଓ ମୋ ପାଖରେ ଅଛି । ଯଦି ମୋତେ ୨୫କୋଟି ଟଙ୍କା ନ ଦିଆଯାଏ, ତେବେ ମୁଁ ଭିଡିଓ ଭାଇରାଲ କରିଦେବି କହି ଧମକ ଦେଇଥିଲେ । ଏ ବିଷୟରେ ଅନୀଲ ଜାଣିବା ପରେ ସିଧା ପୁଲିସରେ ଯାଇ ଅଭିଯୋଗ କରିଥିଲେ । ଯାହା ପରେ ଗ୍ୟାଙ୍ଗ୍‌କୁ ଟ୍ରାପ୍‌ କରି ଅମ୍ବୋଲି ପୁଲିସ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର