ଭୁଲବଶତଃ ୨୪ଘଣ୍ଟା ମଧ୍ୟରେ ରୋଗୀ ପ୍ରାଣ ତ୍ୟାଗ କରିବ ବୋଲି କହିଥିଲେ ଡ଼ାକ୍ତର, ଏବେ କରିଥିବା ଭୁଲ ପାଇଁ ମିଲିଲା ଏଭଳି ଦଣ୍ଡ
ମୁମ୍ବାଇ : ଆଜିକାଲି ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତରମାନଙ୍କର ଅପାରଗତାର ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି। ଭୁଲବଶତଃ ଜୀବିତ ବ୍ୟକ୍ତିକୁ ମୃତ ବା ମୃତ ବ୍ୟକ୍ତିଙ୍କୁ ଜୀବିତ ବୋଲି କହି ୪-୫ଦିନ ଚିକିତ୍ସା କରିବା ଭଳି ଅନେକ ଖବର ପୂର୍ବରୁ ସାମ୍ନାକୁ ଆସି ସାରିଛି । ଏ ନେଇ ଡ଼ାକ୍ତରମାନଙ୍କୁ ଚେତାବନୀ ଦିଆ ଯାଉଥିଲେ ମଧ୍ୟ ଦେଶର ପ୍ରତି କୋଣରେ ଏଭଳି ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଛି । ଏବେ ୨୦୧୬ରେ ଘଟିଥିବା ଏକ ଘଟଣା ଖବରକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୬ରେ ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଜଣେ ୭୨ବର୍ଷୀୟ ବୃଦ୍ଧଙ୍କ ପାଖରେ ମାତ୍ର ୨୪ଘଣ୍ଟା ଥିବା ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଡ଼ାକ୍ତର । ସାମାନ୍ୟ ରୋଗ ହୋଇଥିବା ବେଳେ ଡ଼ାକ୍ତର ଭୁଲବଶତଃ ଏଭଳି କହିଥିବା ଜଣା ପଡ଼ିଥିଲା । ରୋଗୀ ବଛୁ ରାଓଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ନିଆଯିବା ପରେ ତାଙ୍କୁ ପ୍ରକୃତରେ କେଉଁ ରୋଗ ହୋଇଥିଲା ତାହା ଜଣା ପଡ଼ିଥିଲା । ସବୁ ସତ ଜଣା ପଡ଼ିବା ପରେ ବଛୁ ରାଓ ଏବଂ ତାଙ୍କ ପରିବାର ଲୋକେ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟର ଉପରେ ଅବହେଳାର ଅଭିଯୋଗ ଆଣିଥିଲେ । ଅତିରିକ୍ତ ମୁମ୍ବାଇ ଉପନଗରୀୟ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମରେ ବଛୁ ରାଓ ଅଭିଯୋଗ କରିବା ପରେ ତଦନ୍ତ କରାଯାଇ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟରକୁ ଦୋଷୀ ବୋଲି ଘୋଷଣା କରାଯାଇଛି ।
ଏହା ପରେ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିବା ମୋଟ ୫୧ହଜାର ଟଙ୍କା ସହ ଫେବୃଆରି ୨୦୧୬ରୁ ୯ ପ୍ରତିଶତ ସୁଧ ମିଶାଇ ୬୦ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦିତୀ ହସ୍ପିଟାଲ ଆଣ୍ଡ ଗୋକୁଲ ସ୍କାନ ସେଣ୍ଟରକୁ କୁହାଯାଇଥିବା ଜଣାପଡ଼ିଛି ।