ଶିକ୍ଷୟିତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ରିୟଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌

ମୁମ୍ବାଇ: ମୁମ୍ବାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ଏକ ହତ୍ୟାକାଣ୍ଡ ରଚିବା ପରେ ନିିଜେ ଏକ ଉଚ୍ଚା କୋଠା ଉପରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଜଣେ ରିୟଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌ ମୁମ୍ବାରର ଭାନ୍ଦୁପଠାରେ ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ଶିକ୍ଷୟିତ୍ରୀଙ୍କ ହତ୍ୟା କରିଛି। ୩୭ ବର୍ଷୀୟା ଶିକ୍ଷୟିତ୍ରୀ ଜଣକ ଭାନ୍ଦୁପଠାରେ ନିଜ ଘରୁ ବାହାରକୁ ବାହାରୁଥିବା ଅବସ୍ଥାରେ ଏପରି ଘଟଣା ଘଟିଛି। ବ୍ୟକ୍ତି ଜଣକ ଏହି ଅପରାଧ ଘଟାଇବା ପରେ ନିଜେ ଛାତରୁ ତଳକୁ ଡେଇଁ ପଡ଼ିଥିବା ଜାଣିବାକୁ ମିଳିଛି। ମାତ୍ର ବ୍ୟକ୍ତି ଜଣକ ଉଚ୍ଚା ସ୍ଥାନରୁ ଡେଇଁ ଥିଲେ ମଧ୍ୟ ତାଙ୍କର ଜୀବନହାନୀ ହୋଇନାହିଁ। ସେ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ସୂଚନା ରହିଛି। 

ଦିନ ପ୍ରାୟ ୧୧.୩୦ ସମୟରେ ଶିକ୍ଷୟିତ୍ରୀ ଜଣକ ନିଜ ଘରୁ ବାହାରକୁ ବାହାରୁଥିବା ବେଳେ ଅଭିଯୁକ୍ତ ଜଣକ ଏକ ହାତୁଡ଼ି ଆଣି ତାଙ୍କୁ ଆକ୍ରମଣ କରିଥିଲା। ଅଭିଯୁକ୍ତଙ୍କର ଏପରି ଆଚରଣରେ ସେଠାରେ ଥିବା ସୁରକ୍ଷାକର୍ମୀ ଆଚମ୍ବିତ ହେବା ସହ ତାଙ୍କୁ ରୋକିବାକୁ ଚେ‌ଷ୍ଟା କରିଥିଲେ। ମାତ୍ର ଅଭିଯୁକ୍ତ ଜଣକ ଶିକ୍ଷୟିତ୍ରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ହାତୁଡ଼ିରେ ପିଟି ଦେଲେ ଓ ଶିକ୍ଷୟିତ୍ରୀ ଜଣକ ସେହିଠାରେ ଟଳି ପଡ଼ିିଲେ।

ସେଠାରେ ଜଗିଥିବା ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ବି ଧରି ପାରି ନଥିଲେ। ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ମୁଲୁଣ୍ଡ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ମାତ୍ର କେତେ ଘଣ୍ଟାର ଚିକିତ୍ସା ପରେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର