ଧୁମପାନ କରିବାକୁ ମନା କରିବାରୁ ଯୁବକଙ୍କୁ ହତ୍ୟା କଲା ନାବାଳକ

ମୁମ୍ବାଇ: ଜଣଙ୍କୁ ଠିକ୍‌ କଥା କହିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଧୁମ୍ରପାନ କରିବା ଶରୀର ପାଇଁ କ୍ଷତିକାରକ ଏହାକୁ ଟାଣ ନାହଁ ବୋଲି କହିବାରୁ ଜଣେ ଯୁବକଙ୍କୁ ଆକ୍ରମଣ କରିଛି ଜଣେ ନାବାଳକ । ଆକ୍ରମଣ ପରେ ଉକ୍ତ ଯୁବକଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୋଲିସକୁ ସୂଚନା ଦିଆଯିବା ପରେ ଅଭିଯୁକ୍ତ ନାବାଳକ ଉପରେ ମାମଲା ରୁଜୁ କରା ଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଶୁକ୍ରବାର ଟେମ୍‌ଭିପଡ଼ା ବାର୍‌ ନିକଟରେ ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ ଜଣେ ୧୩ବର୍ଷିୟ ନାବାଳକ ସେଠାରେ ଠିଆ ହୋଇ ଧୁମ୍ରପାନ କରୁଥିଲେ । ତାଙ୍କ ପାଖରେ ଠିଆ ହୋଇଥିବା ରାମ୍‌ଜି ରାଜ୍‌ଭର ନାମକ ଜଣେ ଯୁବକ ତାଙ୍କୁ ଏ ପରି ନ କରିବା ପାଇଁ ମନା କରିଥିଲେ । ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିଛି ସମୟ ପରେ ନାବଳକ ଜଣଙ୍କ ପାଖରେ ରଖିଥିବା ଗୋଟିଏ ଛୁରି କାଢ଼ି ସେଥିରେ ରାମ୍‌ଜିଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ବିରୋଧ କରିବା ପରେ ନାବାଳକ ଜଣଙ୍କ ସେଠାରୁ ଚାଲି ଯିବା ସହ ରାମ୍‌ଜିଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା ।

The Indian Express

ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୋଲିସକୁ ସୂଚନା ଦିଆ ଯାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚିତ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ନାବାଳକ ବିରୋଧରେ ମାମଲା ରୁଜୁ କରାଯିବା ସହ ତାକୁ ଖୋଜିବା ଆରମ୍ଭ କରିଛି ପୋଲିସ ।

ସମ୍ବନ୍ଧିତ ଖବର