୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଏତଲା ରୁଜୁ ହେବାରୁ ବିବାହ କରିବାକୁ ରାଜି ହୋଇଥିଲା ଅଭିଯୁକ୍ତ, ପୀଡ଼ିତାଙ୍କୁ ୧୮ବର୍ଷ ହେବା ପରେ ହୋଇଥିଲା ବିବାହ, କିନ୍ତୁ……

ମୁମ୍ବାଇ : ସ୍ୱପ୍ନର ସହର ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଦୁଷ୍କର୍ମ ପରେ ବିବାହ ଏବଂ ପରେ ଘରୋଇ ହିଂସାର ଶିକାର ହୋଇଛି ଜଣେ ୧୯ବର୍ଷୀୟ ପୀଡ଼ିତା । ବିବାହ ପରେ ଜୀବନ ସୁଖମୟ ହେବ ବୋଲି ଭାବିଥିବା ବଳେ ସବୁକିଛି ଓଲଟପାଲଟ ହୋଇ ଯାଇଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ ହେବା ଡ଼ରରେ ବିବାହ କରିବା ପାଇଁ ରାଜି ହୋଇ ଯାଇଥିବା ବେଳେ ବିବାହ ପରେ ପୀଡ଼ିତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଅଭିଯୋଗ ହେବା ପରେ ଏବେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ମୁତାବକ, ପୀଡ଼ିତାଙ୍କୁ ୧୩ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପଡ଼ୋଶୀ ଘରେ ରହୁଥିବା ଅଭିଯୁକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ପୀଡ଼ିତା ଏହାର ଅଭିଯୋଗ କରିବାକୁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ରୋକି ବିବାହ ପ୍ରସ୍ତାବ ଦେଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇ ପୀଡ଼ିତାଙ୍କୁ ୧୮ବର୍ଷ ହେବା ପରେ ତାଙ୍କର ବିବାହ ଅଭିଯୁକ୍ତଙ୍କ ସହ କରାଇ ଦେଇଥିଲେ । କିନ୍ତୁ ବିବାହ ସମୟରେ ପୀଡ଼ିତା କିଛି ନ ନେଇ ଆସିଥିବାରୁ ଅଭିଯୁକ୍ତ ଏବଂ ତାଙ୍କ ମା’ ପୀଡ଼ିତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।

Times of India

ବାପ ଘରୁ ୯ଲକ୍ଷ ଟଙ୍କା ଆଣିବାକୁ ମନା କରିବାରୁ ଅଭିଯୁକ୍ତ ଏବଂ ତାଙ୍କ ମା’ କିରୋସିନ ଢ଼ାଳି ହତ୍ୟା କରିବାର ମଧ୍ୟ ଧମକ ଦେଇଥିଲେ । ବାରମ୍ବାର ଏପରି ହେଉଥିବା ଦେଖି ପୀଡ଼ିତା ଶେଷରେ କୁର୍ଲା ପୁଲିସ ଷ୍ଟେସନରେ ଅଭିଯୁକ୍ତ ସ୍ୱାମୀ ନାଁରେ ଅଭିଯୋଗ ଆଣିବାରୁ ଗୁରୁବାର କୁର୍ଲା ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର