ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାସ୍ଥିତ କାଞ୍ଚନ କୋ-ଅପରେଟିଭ୍ ସୋସାଇଟିରେ ଚୋରି ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ପୁଲିସ, ସରିଫ ଅଲି ଶମଶେର ଅଲି ଶେଖ (୨୭) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚୋରି ଉଦ୍ଦେଶ୍ୟରେ ଜଣେ ୬୪ବର୍ଷୀୟା ମହିଳାଙ୍କ ଫ୍ଲାଟରେ ପ୍ରବେଶ କରିଥିଲା। ପୀଡିତାକୁ ହତ୍ୟା କରିବା ପରେ, ସେ ଘରେ ଥିବା ସମସ୍ତ ମୂଲ୍ୟବାନ ଜିନିଷପତ୍ର ଚୋରି କରି ନେଇଥିଲା। ପୁଲିସ ଏବେ ତାକୁ ଅଟକ ରଖି ପଚରାଉଚରା କରୁଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଘଟଣାଟି ଫେବ୍ରୁଆରି ୫ ତାରିଖରେ କାଞ୍ଚନ କୋ-ଅପରେଟିଭ୍ ସୋସାଇଟିରେ ଘଟିଥିଲା। କିନ୍ତୁ ଫେବ୍ରୁଆରି ୧୦ ତାରିଖରେ ମୃତକଙ୍କ ଫ୍ଲାଟରୁ ଦୁର୍ଗନ୍ଧ ଆସିବାରୁ ଘଟଣାଟି ସାମ୍ନାକୁ ଆସିଥିଲା। ମୃତକଙ୍କ ପଡୋଶୀ ଦୁର୍ଗନ୍ଧ ଆସୁଥିବା ଜାଣି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟର ଦ୍ୱାର ଭାଙ୍ଗି ଭିତରକୁ ଯିବା ପରେ ଭିତରେ ବୃଦ୍ଧ ମହିଳାଙ୍କ ବିକୃତ ମୃତଦେହ ଦେଖିବାକୁ ପାଇଥିଲା। ମୃତକଙ୍କୁ ଏକ ଚେୟାରରେ ବନ୍ଧା ଯାଇଥିବା ଦେଖାଯାଇଥିଲା।
ପୁଲିସ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ପାଇଁ ସ୍ୱତନ୍ତ୍ର ଦଳ ଗଠନ କରିଥିଲା। ମୃତଦେହ ପାଇବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଟିମ୍, ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ସ୍ବୀକାର କରିଥିଲା ଯେ, ସେ ଚୋରି କରିବା ପାଇଁ ମହିଳାଙ୍କ ଫ୍ଲାଟରେ ପ୍ରବେଶ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବୃଦ୍ଧାଙ୍କୁ ଏକ ଚେୟାରରେ ବାନ୍ଧି ଦେଇଥିଲା। ଏହା ପରେ ସେ ଫ୍ଲାଟରୁ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/11/w5u0J6MuqkLojqvve2PH.jpg)