ହ୍ଵାଟସ୍‌ ଆପ୍‌ରେ ଚାଲୁଥିବା ବଡ଼ ସେକ୍ସ ରାକେଟ୍‌ର ଏପରି ହେଲା ପର୍ଦ୍ଦାଫାସ

ମୁମ୍ବାଇ: ମୁମ୍ବାଇ ପୁଲିସ ସୋମବାର ମୁମ୍ବାଇସ୍ଥିତ ପାଲଘର ଜିଲ୍ଲାର ନାଲାସୋପାରା ଅଞ୍ଚଳରେ ଅନେକ ଦିନ ଧରି ଚାଲି ଆସିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି। ଏହି ସେକ୍ସ ର‍୍ୟକେଟ ହ୍ଵାଟସ୍‌ଆପ୍‌ ଜରିଆରେ ଚାଲିଥିଲା।

ସୂଚନାଯୋଗ୍ୟ, ଦଲାଲ ସାସିଆଲ ମିଡିଆରେ ମହିଳାମାନଙ୍କ ଗ୍ରାହକଙ୍କୁ ଫଟୋ ପଠାଇଥାଏ, ଯାହାପରେ ସୋସିଆଲ ମିଡିଆରେ ଟଙ୍କା ଓ ସ୍ଥାନ ନିଶ୍ଚିତ କରି ଥାଆନ୍ତି ଗ୍ରାହକ। ହ୍ଵାଟସ୍‌ ଆପ୍‌ରେ ଗ୍ରାହକ ମହିଳାଙ୍କ ଫଟୋକୁ ଦେଖି ଚୟନ କରି ଥାଆନ୍ତି । ଏହାପରେ ଚୟନ କରିଥିବା ମହିଳାଙ୍କ ସମ୍ପୂର୍ଣ୍ଣ ସୂଚନା ଗ୍ରାହକଙ୍କୁ ପଠା ଯାଇଥାଏ। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୪ ପୀଡିତା ପୁଲିସ ସାମ୍ନାକୁ ଆସି ସବୁକଥା ଖୋଲି କହିଥିଲେ।

ପୁଲିସକୁ ସୂଚନା ମିଳିବା ମାତ୍ରେ ସେ ତୁରନ୍ତ ତଦନ୍ତ କରି ଚଢ଼ାଉ ଆରମ୍ଭ କରି ଦେଇଥିଲା। ପୁଲିସ ୪ପୀଡିତ ମହିଳା ସହିତ ଜଣେ ଦଲାଲକୁ ବି ଗିରଫ କରିଛି। ଏହି ଚାରିଜଣ ମହିଳା ବିବାହିତ ଥିବା ଜଣାପଡ଼ିଛି। ଏସ୍‌ପି ଗୌରବ ସିଂହଙ୍କ ଅନୁସାରେ, ତାଙ୍କୁ ହ୍ଵାଟସ୍‌ ଆପ୍‌ରେ ସେକ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା। ଏହାପରେ ଏସ୍‌ପି ମହିଳା ପୁଲିସର ସ୍ୱତନ୍ତ୍ର ଟିମ୍‌କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ପୁଲିସ ହ୍ଵାଟସ ଆପ୍‌ ଜରିଆରେ ମହିଳା ଦଲାଲକୁ ସମ୍ପର୍କ କରି ନକଲି ଗ୍ରାହକ ପଠାଇଥିଲା।

ସମ୍ବନ୍ଧିତ ଖବର