ନୂଆଦିଲ୍ଲୀ: ମୁମ୍ବାଇ ପୁଲିସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବୃଦ୍ଧଙ୍କୁ ୩୧ବର୍ଷ ପରେ ଗିରଫ କରିଛି। ଅଭିଯୁକ୍ତର ପରିଚୟ ଦୀପକ ଭିସେ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଦୀପକ ଭିସେଙ୍କ ବ‌ିରୋଧରେ ୧୯୮୯ରେ ରାଜୁ ଚିକନା ନାମକ ବ୍ୟକ୍ତିଙ୍କୁ ହତ୍ୟା ଓ ଧର୍ମେନ୍ଦ୍ର ସରୋଜଙ୍କୁ ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ଗତ ଶନିବାର ପୁଲିସର ଜଣେ ଅଧିକାରୀ କହିଛନ୍ତି, ‘ଭିସେଙ୍କୁ ୧୯୯୨ ମସିହାରେ ଜାମିନ ମିଳି ଯାଇଥିଲା। କିନ୍ତୁ ଏହା ପରେ କୋର୍ଟ ତାଙ୍କୁ ଯେବେଯେବେ ଡାକିଥିଲେ ସେ ହାଜର ହୋଇ ନଥିଲେ। ତେଣୁ ଶେଷରେ ଅଦାଲତ ୨୦୦୩ରେ ଦୀପକ ଭିସେଙ୍କୁ ପଳାତକ ଘୋଷଣା କରିଥିଲେ।

ଆମେ ଯେତେବେଳେ ବି କାନ୍ଦିବଲିର ତୁଲସ୍କରୱାଡ଼ିସ୍ଥିତ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥାଏ ପଡ଼ିଶ‌ା କହନ୍ତି ଭିସେଙ୍କ ମୃତ୍ୟୁ ହୋଇଯାଇଛି। ଏହା ସତ୍ତ୍ବେ ବି ଆମେ ଭିସେକୁ ଖୋଜିବା ବନ୍ଦ କରି ନଥିଲୁ।  ଅନେକ ଚେଷ୍ଟା ପରେ ନିକଟରେ ଅଭିଯୁକ୍ତତଙ୍କ ସ୍ତ୍ରୀଙ୍କ ଯୋଗାଯୋଗ ନମ୍ବର ମିଳିଯାଇଥିଲା। ଏହାପରେ ଗତ ଶୁକ୍ରବାର ରାତିରେ ଭିସେଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଏହି ଘଟଣାର ଆଗାମୀ ଯାଞ୍ଚ ବି ଜାରି ରହିଛି। ଗିରଫ ବେଳକୁ ଭିସେଙ୍କ ବୟସ ୬୧ବର୍ଷ ହୋଇଯାଇଥିବା ଜଣାପଡ଼ିଛି।