ପୁଣି ଏକ ସେକ୍ସ ରାକେଟ ଠାବ କଲା ମୁମ୍ବାଇ ପୁଲିସ, ‘ସାବଧାନ୍ ଇଣ୍ଡିଆ’ ଅଭିନେତ୍ରୀଙ୍କ ସମେତ ୩ ଯୁବତୀ ଉଦ୍ଧାର

ମୁମ୍ବାଇ: ପୁଣି ଥରେ ମୁମ୍ବାଇ ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି। ଜାନୁଆରି ୧୦ରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିବା ସହ ଜଣେ ମଡେଲ ଓ ଜଣେ ବଲିଉଡ୍ ଅଭିନେତ୍ରୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଏବେ ପୁଲିିସ ମୁମ୍ବାଇର ତିନି ତାରକା ହୋଟେଲରେ ଚାଲୁଥିବା ସେକ୍ସ ରାକେଟକୁ ଠାବ କରିଛି। ଏହି ଘଟଣାକୁୁ କେନ୍ଦ୍ର କରି ପୁଲିସ ଜଣେ ୨୯ବର୍ଷୀୟା ମହିଳାଙ୍କୁ ଗିରଫ କରିବା ସହ ୩ଜଣ ମହିଳା କଳାକାରଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ୩ଜଣଙ୍କ ମଧ୍ୟରେ ଜଣେ ‘ସାବଧାନ ଇଣ୍ଡିଆ’ ଧାରାବାହିକରେ ଅଭିନୟ କରିସାରିଥିବା ଜଣାପଡ଼ିଛି।

मराठी एक्ट्रेस को भी बचाया गया
oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ମୁମ୍ବାଇର ଅନ୍ଧେରି ଇଷ୍ଟରେ ଥିବା ଏକ ତିନି ତାରକା ହୋଟେଲରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲୁଥିବା ନେଇ ଗୁରୁବାର ଏକ ସୂଚନା ମିଳିଥିଲା। ସୂଚନା ପାଇ ପୁଲିସ  ତୁରନ୍ତ ହୋଟେଲରେ ଚଢ଼ାଉ କରିିବା ପରେ ମିଳିଥିବା ଖବର ସତ ପ୍ରମାଣିତ ହୋଇଥିଲା, ଯାହା ପରେ ସେଠାରେ ସେକ୍ସ ରାକେଟ ଚଳାଉଥିବା ୨୯ବର୍ଷୀୟା ମହିଳା ପ୍ରିୟା ଶର୍ମାଙ୍କୁ ଗିରଫ କରିବା ସହ ୩ଜଣ ମହିଳା କଳାକାରଙ୍କୁ ଉଦ୍ଧାର କରିଥିଲା । ୩ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ଥିବା ବେଳେ ଜଣେ ସବୁଠାରୁ ଲୋକପ୍ରିୟ ସୋ’ ‘ସାବଧାନ ଇଣ୍ଡିଆ’ରେ କାମ କରି ସାରିଥିବା ସାମ୍ନାକୁ ଆସିଥିଲା। ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଏହି ପେସାକୁ ଠେଲି ଦିଆଯାଇଥିଲା ବୋଲି ୩ ଜଣ ଉଦ୍ଧାର ହେବା ପରେ ଜଣାଇଛନ୍ତି। ପ୍ରିୟଙ୍କ ଶର୍ମାଙ୍କକୁ ଏବେ ଗିରଫ କରାଯାଇଥିବା ବେଳେ ଟ୍ରାଭେଲ ଏଜେନ୍ସି ଚଳାଇବା ନାଁରେ ସେ ଏଭଳି ଅପରାଧ କରୁଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର