ୟୁଟ୍ୟୁବର୍‌ମାନେ ସାବଧାନ! ଅଶ୍ଳୀଳ ପ୍ରାଙ୍କ୍‌ ଭିଡିଓ ବନାଇ ପୁଲିସ୍‌ ହାତରେ ବନ୍ଧା ହେଲେ ୩ ଅଭିଯୁକ୍ତ

ମୁମ୍ବାଇ: ଆପଣଙ୍କର ୟୁଟୁବ୍‌ ଚ୍ୟାନେଲ୍ ଅଛି କି? ବିଷୟବସ୍ତୁକୁ ନେଇ ହୋଇଯାଆନ୍ତୁ ସାବଧାନ! ମୁମ୍ବାଇର ୩ ଜଣ ୟୁଟ୍ୟୁବର୍‌ (କ‌ଣ୍ଟେଣ୍ଟ୍‌ କ୍ରିଏଟର୍‌) ୟୁଟ୍ୟୁବ୍‌ରେ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ କରି ମୁମ୍ବାଇ ପୁଲିସ୍‌ର ସାଇବର୍‌ ସେଲ୍‌ ହାତରେ ଗିରଫ ହୋଇଛନ୍ତି। ସେମାନେ ସହରର ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ପ୍ରାଙ୍କ୍‌ ଭିଡିଓ କରି ନିଜ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଥିଲେ।

ଅଭିଯୁକ୍ତମାନେ ହେଉଛନ୍ତି ଥାନେ ବାସିନ୍ଦା ମୁକେଶ ଗୁପ୍ତା(୨୯), ଜିତେନ୍ଦ୍ର ଗୁପ୍ତା(୨୫) ଓ ପ୍ରିନ୍ସ କୁମାର(୨୩)। ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ମଜାଦାର ଭିଡିଓ ପୋଷ୍ଟ୍‌ କଲେ ଭିୟୁ ଅଧିକ ହୋଇଥାଏ ବୋଲି ସେମାନେ ଏପରି ଉପାୟ ଆପଣେଇଥିଲେ। ଏହି ୩ ଜଣ ମିଶି କରି ୧୭ଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ଫେସ୍‌ବୁକ୍‌ ପେ‌ଜ୍‌ ଚଳାଉଛନ୍ତି ବୋଲି ସୂଚନା ରହିଛି। ଏପରି କାମ କରି ଲକ୍‌ଡାଉନ୍‌ ଭିତରେ ଏମାନେ ୨ କୋଟି ଟଙ୍କା ରୋଜଗଗାର କରିଛନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି। ସେମାନଙ୍କ ଚ୍ୟାନେଲ୍‌ରେ ୨୦ ମିଲିୟନ୍‌ ସବସ୍କ୍ରାଇବର୍ ‌ ଥିବା ବେଳେ ସେମାନେ ପ୍ରାୟ ୩୦୦ ଅଶ୍ଳୀଳ ଭିଡିଓ ଉକ୍ତ ଚ୍ୟାନେଲ୍‌ରେ ପୋ‌ଷ୍ଟ୍‌ କରିଛନ୍ତି।

ସେମାନେ ସହରରେ ବୁଲି ବୁଲି ନାବାଳିକା ଓ ମହିଳାମାନଙ୍କୁ ପ୍ରଥମେ ସେମାନଙ୍କ ୟୁଟ୍ୟୁବ୍‌ ଭିଡିଓରେ ଟଙ୍କା ନେଇ ଅଭିନୟ କରିବାକୁ ପ୍ରସ୍ତାବ ଦେଉଥିଲେ। ତା’ପରେ ପ୍ରାଙ୍କ୍‌ ଭିଡିଓ ବନାଇବା ଉଦ୍ଦେଶ୍ୟରେ ୩ ଅଭିଯୁକ୍ତ ନାରୀମାନଙ୍କ ଉପରେ କିଛି ଅଶ୍ରବ୍ୟ ଭାଷା ମଧ୍ୟ ପ୍ରୟୋଗ କରୁଥିଲେ। ସେମାନେ ନାବାଳିକା ଓ ମହିଳାମାନଙ୍କ ବ୍ୟକ୍ତିଗତ ଅଙ୍ଗକୁ ବି ଛୁଉଁଥିଲେ ବୋଲି ଅଭିଯୋଗ ହୋଇଛି।।

ସମ୍ବନ୍ଧିତ ଖବର