ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଇ ଟିକ୍‌ଟକ୍‌ ଭିିଡିଓ ବନାଉଥିବା ବେଳେ ପୁଲିସ୍‌ ହାତରେ ଧରାପଡ଼ିଲେ ୨ ଅଭିଯୁକ୍ତ

ମୁମ୍ବାଇ: ମୁମ୍ବାଇର ଲୋକାଲ୍‌ ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଉଥିବା ଅଭିଯୋଗରେ ମୁମ୍ବାଇର ଓ୍ଵାଦାଲା ଗମେଣ୍ଟ ରେଲେଓ୍ଵ ପୁଲିସ୍‌(ଜିଆର୍‌ପି) ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତ ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଇ ଟିକ୍‌ଟକ୍‌ ଭିଡିଓ କରୁଥିଲେ ବୋଲି ପୁଲିସ୍‌ ସୂଚନା ଦେଇ କହିଛି। ସେମାନଙ୍କୁ ପୁଲିସ୍‌ ଧରି ନେଇ ଦୁଇଦିନଆ ହେପାଜତରେ ରଖିଛି।

କିଛି ମାସ ତଳେ ଡେୟର୍‌ ଡେଭିଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବା ଦୁଇ ନାବାଳକଙ୍କୁ ରେଲେଓ୍ଵ ପ୍ରୋଟେକ୍‌ସନ ଫୋର୍ସ(ଆର୍‌ପିଏଫ୍‌) ଗିରଫ କରି ହେପାଜତରେ ନେଇଥିଲା। ଗତ ଜୁନ୍‌ ୬ ତାରିଖରେ ଏପରି ଘଟଣା ଘଟିଥିଲା। ପ୍ରାୟ ୫ରୁ ୬ ଜଣ ଯୁବକ ମନଖୁର୍ଦ ରେଳବାଇ ଷ୍ଟେସନ୍‌ରୁ ଟ୍ରେନ୍‌ରେ ଛଢ଼ି ଟିକ୍‌ଟକ୍‌ ଭିଡିଓ କରିବା ବେଳେ ପୁଲିସ୍‌ ସେମାନଙ୍କୁ ଧରିଥିଲା।

ପଛ କୋଚ୍‌ରେ ବସିଥିବା ଜଣେ ବ୍ୟକ୍ତି ଏହିମାନଙ୍କ ଭିଡିଓ କରି କୁର୍ଲା ଆର୍‌ପିଏଫ୍‌କୁ ପଠାଇବା ପରେ ପୁଲିସ୍‌ ଆସି ସେମାନଙ୍କୁ ଗିରଫ କରିଥିଲା। ଟ୍ରେନ୍‌ଟି କୁର୍ଲା ଷ୍ଟେସନ୍‌ରେ ରହିବା ପରେ ଆର୍‌ପିଏଫ୍‌ ଆସି ସେମାନଙ୍କୁ ଧରି ପକାଇଥିଲା।

ସମ୍ବନ୍ଧିତ ଖବର