ଆମେରିକାରୁ ଭାରତ ଫେରି ସଂଗୀତ ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ପୀଡ଼ିତା

ମୁମ୍ବାଇ: ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇର ଜଣେ ୫୫ ବର୍ଷିଅ ଗିଟାର୍‌ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଆମେରିକାରରେ ପ୍ରାୟ ଏକ ଦଶନ୍ଧି ରହିବା ପରେ ଭାରତ ଫେରିଥିବା ଏହି ଛାତ୍ରୀ ଜଣଙ୍କ ତାଙ୍କର ପୂର୍ବତନ ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଛି। ଛାତ୍ରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ସେ ୯ ବର୍ଷ ବୟସର ଥିବା ବେଳେ ତାଙ୍କ ଗିଟାର୍‌ ଶିକ୍ଷକ ତାଙ୍କ ସହ ଅସଦାଚରଣ କରିଥିଲେ।

ସେ ୧୨ ବର୍ଷର ହେଲା ପରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ୨୦୦୭ରୁ ୨୦୧୦ ଭିତରେ ଅଭିଯୁକ୍ତ ପୀଡ଼ିତାଙ୍କୁ ୩ ବର୍ଷ ଧରି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ମୁମ୍ବାଇର ଅନ୍ଧେରୀରେ ଥିବା ପୀଡ଼ିତାଙ୍କ ଘରେ ଅଭିଯୁକ୍ତ ଏପରି କରୁଥିଲେ ବୋଲି ପୀଡ଼ିତା ଜଣକ ତାଙ୍କ ବୟାନରେ କହିଛନ୍ତି। ଶିକ୍ଷକ ଜଣକ ଗୀତ ଶିଖାଇବାକୁ ପୀଡ଼ିତାଙ୍କ ଘରକୁ ଆସୁଥିଲେ। ସେହି ସମୟରେ ସେ ତାଙ୍କ ସହ ଅସଦାଚରଣ କରୁଥିଲେ ବୋଲି ଅଭିଯୋଗ ହୋଇଛି। ପୀଡ଼ିତା ଆହୁରି ବି କହିଛନ୍ତି ଯେ ସଂଗୀତ ଶିକ୍ଷକ ପିଲାଦିନେ ତାଙ୍କ ସହ ଅସଦାଚରଣ କରୁଥିବା ସହ ତାଙ୍କୁ ଅଶାଳୀନ ଭାଷା ବି କହୁଥିଲେ।


India TV

 

ଏବେ ପୀଡ଼ିତାଙ୍କ ବୟସ ପାଖାପାଖି ୨୧ ବର୍ଷ। ସେ ଆମେରିକାର ଏକ କଲେଜରେ ପାଠ ପଢୁଛନ୍ତି। ସେ ରବିବାର ଦିନ ମୁମ୍ବାଇରେ ପହଞ୍ଚିବା ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି। ମହିଳାଙ୍କ ବୟାନ ଲେଖିବା ପରେ ଓସିୟାରା ପୁଲିସ୍‌ ଅଭିଯୁକ୍ତ ସଂଗୀତ ଶିକ୍ଷକଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର