ପ୍ରେମିକ ପାଖକୁ ବଡ଼ଭଉଣୀର ଆପତ୍ତିଜନକ ଫଟୋ ପଠାଇ ସାନଭଉଣୀ ଗିରଫ

ମୁମ୍ବାଇ: ବଡ଼ଭଉଣୀ ସ୍ନାନ କଲାବେଳର ଆପତ୍ତିଜନକ ଫଟୋ ଉତ୍ତୋଳନ କରି ସେଗୁଡ଼ିକୁ ନିଜ ପ୍ରେମିକ ପାଖକୁ ପଠାଇଥିବା ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ପୁଲିସ ଗିରଫ କରିଛି। ଫଟୋଗୁଡ଼ିକୁ ବଡ଼ଭଉଣୀଙ୍କର ଆତ୍ମୀୟମାନଙ୍କୁ ପଠାଇଥିବା ସେ ବ୍ୟକ୍ତିଜଣକ ଆତ୍ମଗୋପନ କରିଛନ୍ତି।

ଅଗ୍ରିପଡ଼ା ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ତରୁଣୀଙ୍କର ବାଇକୁଲ୍ଲାର ଜଣେ ବିବାହିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତରୁଣୀଙ୍କ ମା ଏହାକୁ ବିରୋଧ କରୁଥିଲେ। ନବରାତ୍ରୀ ଉତ୍ସବ ସମୟରେ ଅଭିଯୋଗକାରିଣୀ ବଡ଼ଭଉଣୀଙ୍କ ଦାଣ୍ଡିଆ ବାଡ଼ି ଭୁଲ୍‌କ୍ରମେ ସାନଭଉଣୀ ପ୍ରେମିକଙ୍କ ଭଉଣୀ ଦେହରେ ବାଜିଗଲା। ସେଥିପାଇଁ ପ୍ରେମିକଙ୍କ ପତ୍ନୀ ବଡ଼ଭଉଣୀସହ ପାଟିତୁଣ୍ଡ କଲେ ଓ ପ୍ରେମିକ ମଧ୍ୟ ସେଥିରେ ଯୋଗଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭଉଣୀ ସମସ୍ତଙ୍କ ସାମ୍ନାରେ ସାନଭଉଣୀର ପ୍ରେମିକଙ୍କୁ ପିଟିଲେ। ପ୍ରେମିକ ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲେ।

ସେ ତାଙ୍କ ପ୍ରେମିକାଙ୍କୁ କହିଲେ ଯଦି ସେ ତାଙ୍କୁ ବାହା ହେବାକୁ ଚାହୁଁଛି ସେ ବଡ଼ଭଉଣୀର ବିବସ୍ତ୍ର ଫଟୋ ଉଠାଇ ପଠାଉ। ପ୍ରେମିକ ସାନଭଉଣୀ ବାଥ୍‌ରୁମ୍‌ରେ ବଡ଼ଭଉଣୀର ନଗ୍ନ ଚିତ୍ର ଉତ୍ତୋଳନ କରି ପ୍ରେମିକ ପାଖକୁ ପଠାଇଲେ। ଏଥର ପ୍ରେମିକ ସେ ଫଟୋଗୁଡ଼ିକୁ ବଡ଼ଭଉଣୀଙ୍କ ଶଶୁର ସମେତ ଅନ୍ୟାନ୍ୟ ଜ୍ଞାତିକୁଟୁମ୍ବଙ୍କ ନିକଟକୁ ପଠାଇଦେଲେ। ଏହା ସାନଭଉଣୀର କାମ ବୋଲି ଅଭିଯୋଗକାରିଣୀ ବଡ଼ଭଉଣୀ ଜାଣିବା ପରେ ଥାନାରେ ଜଣାଇଲେ।

ସମ୍ବନ୍ଧିତ ଖବର