ନଗ୍ନ ହୋଇ ଯୁବତୀଙ୍କୁ ଭିଡିିଓ କଲ୍‌ କରୁଥିଲା ଯୁବକ,ଗିରଫ ହେବା ପରେ ସାମ୍ନାକୁ ଆସିଲା ଅସଲ ଘଟଣା

ମୁମ୍ବାଇ : ଏବେ ଲୋକମାନେ ନିଜ ସଂପର୍କୀୟ ବା ଦୂରରେ ରହୁଥିବା ପିଲାମାନଙ୍କ ସହ କଥା ହେବା ପାଇଁ ଭିଡ଼ିଓ କଲ୍‌ କରୁଛନ୍ତି । ଧିରେ ଧିରେ ଏହାର ବ୍ୟବହାର ବଢ଼ୁଥିବା ବେଳେ ଏହାକୁ ଖରାପ ବାଟରେ ମଧ୍ୟ କିଛି ଲୋକ ବ୍ୟବହାର କରୁଥିବା ଦେଖା ଯାଉଛି । କିଛି ସେପରି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ । ଜଣେ ଯୁବକ ଯୁବତୀଙ୍କୁ ବାରମ୍ବାର ନଗ୍ନ ହୋଇ ଭିଡ଼ିଓ କଲ୍‌ କରୁଥିବାରୁ ଯବତୀ ଏହାର ଅଭିଯୋଗ ପୁଲିସ ଆଗରେ କରିଥିଲେ । ଯାହା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିଲା । କିନ୍ତୁ ପଚରାଉଚରା ପରେ ହିଁ ପ୍ରକୃତ ଘଟଣା ସମସ୍ତଙ୍କ ସାମ୍ନାକୁ ଆସି ପାରିଥିଲା ।

MyBroadband

ସୂଚନା ମୁତାବକ, ମୁମ୍ବାଇର ଅନ୍ଧେରୀରେ ରହୁଥିବା ଅଭିଯୁକ୍ତ ସଞ୍ଜିତ କୁମାରଙ୍କୁ ରାସ୍ତାରୁ ଏକ ମୋବାଇଲ ଫୋନ ମିଳିଥିଲା । ଫୋନରେ ପଡ଼ିଥିବା ନମ୍ବର ବିଷୟରେ ଜାଣି ସଞ୍ଜିତ ସେ ନମ୍ବରରେ ଏକ ହ୍ଵାଟ୍‌ସଆପ୍‌ ଆକାଉଣ୍ଟ ଖୋଲିଥିଲେ । ପରେ ଫୋନରୁ ସିମ୍‌ କାଢ଼ି ଫିଙ୍ଗିବା ସହ ଆପ୍‌ ଜରିଆରେ ସମସ୍ତଙ୍କ ହ୍ଵାଟ୍‌ସଆପ୍‌ ନମ୍ବର ଜାଣି ପାରିଥିଲେ ସଞ୍ଜିତ୍‌ । ସବୁ ନମ୍ବରରେ ଥିବା ବ୍ୟବହାକାରୀଙ୍କ ଫଟୋକୁ ଦେଖିବା ପରେ ଜଣେ ମହିଳାଙ୍କ ଫଟୋ ସଞ୍ଜିତଙ୍କୁ ପସନ୍ଦ ଆସିବ ପରେ ମହିଳାଙ୍କୁ ମେସେଜ୍‌ ସହ ଭିଡ଼ିଓ କଲ କରିବା ଆରମ୍ଭ କରିଥିଲେ । ଭିଡ଼ିଓ କଲ କରି ସେ ନଗ୍ନ ହେବା ସହ ବାରମ୍ବାର ଭିଡ଼ିଓ କଲ କରି କଥା ହେବାକୁ ବାଧ୍ୟ କରିଥିଲେ । ଯାହା ପରେ ପୀଡ଼ିତା ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର