ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋଷ ଦୁଇଟି କଦଳୀକୁ ୪୪୨ଟଙ୍କା ଦେଇ କିଣିବା ବିବାଦ ଏବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମନରୁ ଲିଭି ନଥିବା ବେଳେ ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଏକ ଫାଇଭ୍ ଷ୍ଟାର ହୋଟେଲର ବିଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଚଣ୍ଡିଗଡ଼ର ଜେଡବ୍ଲୁ ମେରିଓଟ ପରେ ଏବେ ମୁମ୍ବାଇର ଫୋର ସିଜନ୍ସକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ଆଲୋଚନା କରୁଛନ୍ତି। ଏହି ଆଲୋଚନା କାରଣର ହେଉଛି ଏକ ଖାଦ୍ୟର ବିଲ୍। ଏହି ବିଲ୍ରେ ଦୁଇଟି ସିଝା ଅଣ୍ଡାର ମୂଲ୍ୟ ୧,୭୦୦ଟଙ୍କା ବୋଲି ଉଲ୍ଲେଖ ରହିଛି !
/sambad/media/post_attachments/wp-content/uploads/2019/08/1565511480-egg_ThinkstockPhotos-905347554.jpg)
ଟୁଇଟର ବ୍ୟବହାରକାରୀ କାର୍ତ୍ତିିକ ଧର କ୍ୟାପସନ୍ ସହିତ ବିଲ୍ ସେୟାର କରି ଲେଖିଛନ୍ତି, ‘@FSSeasons Mumbaiରେ ୧୭୦୦ଟଙ୍କାରେ ୨ଟି ଅଣ୍ଡା । ଏହାପରେ ଲେଖିଛନ୍ତି ରାହୁଲ ବୋଷ ଭାଇ ଆନ୍ଦୋଳନ କରିବା?
2 eggs for Rs 1700 at the @FourSeasons Mumbai. @RahulBose1 Bhai Aandolan karein? pic.twitter.com/hKCh0WwGcy
— Kartik Dhar (@KartikDhar) August 10, 2019
ଏହାପୂର୍ବରୁ ବଲିଉଡର ଜଣାଶୁଣା ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଜେଡବ୍ଲୁ ମେରିଓଟ ପଞ୍ଚତାରକା ହୋଟେଲରୁ ନିଜ ସକାଳ ଖାଇବାରେ ଦୁଇଟି କଦଳୀ ଅର୍ଡର କରିଥିଲେ । କଦଳୀ ଦୁଇଟି ଆସିବା ସହ ବିଲ ମଧ୍ୟ ଆସିଥିଲା । ଏଥିରେ କଦଳୀ ଦୁଇଟିର ଦାମ ୪୪୨ ଟଙ୍କା ଲେଖାଯାଇଥିଲା ।
You have to see this to believe it. Who said fruit wasn’t harmful to your existence? Ask the wonderful folks at @JWMarriottChd#goingbananas#howtogetfitandgobroke#potassiumforkingspic.twitter.com/SNJvecHvZB
— Rahul Bose (@RahulBose1) July 22, 2019
ଯାହାକୁ ନେଇ ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରାହୁଲ ଏହି ଘଟଣାକୁ ନେଇ ଟୁଇଟରରେ ପୋଷ୍ଟ କରି ଲେଖିଥିଲେ ଯେ କିଏ କୁହେ ଫଳ କ୍ଷତିକାରକ ନୁହେଁ ? ରାହୁଲଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ହୋଟେଲର ବିଲକୁ ନେଇ କଟାକ୍ଷ ମଧ୍ୟ କରିଥିଲେ। ସେମାନେ ଲେଖିଥିଲେ ଯେ ଯଦି କଦଳୀର ଦାମ ଏତେ ଟଙ୍କା ତେବେ ବନାନା ସେକ ଅର୍ଡର କଲେ ଆଇଫୋନର ମୂଲ୍ୟ ସହ ଏହା ସମାନ ହୋଇଯିବ।