ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ସୁଲେଇପାଟ ଡ୍ୟାମ୍ ନିକଟରେ ଆଜି ସଂଧ୍ୟାରେ ଜନୈକ ଯୁବ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତ ବ୍ୟବସାୟୀ ଜଣକ ହେଲେ ବିଜାତଳା ବ୍ଲକ ରାଇହରି ପଞ୍ଚାୟତ ଦୁମାଡ଼ିହି ଗ୍ରାମର ଯତୀନ୍ଦ୍ର ନାଥ ଗିରି (୪୫)। ସୂଚନା ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ସୁଲେଇପାଟ-ବନେଇକଳା ରାସ୍ତାରେ ଯତୀନ୍ଦ୍ର ଏକ ସ୍କୁଟିରେ ଆସୁଥିଲେ। ଏହି ସମୟରେ ସୁଲେଇପାଟ ଖଡ଼ଖାଇ ଡ୍ୟାମ୍ରୁ ପ୍ରାୟ ୫୦୦ମିଟର ଦୂରରେ କେହି ତାଙ୍କୁ ଗୁଳି କରିଥିଲା। ଯତୀନ୍ଦ୍ରଙ୍କ ମୁଣ୍ଡ ଗୋଟିଏ ଗୁଳି ବାଜିଥିବା ବେଳେ ହାତରେ ମଧ୍ୟ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁଲେଇପାଟ ଡ୍ୟାମ୍ ନିକଟରେ ଗୁଳିକାଣ୍ଡ ଯୁବ ବ୍ୟବସାୟୀଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/03/636455879764692347-gun-barrel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)