ଦୁଇ ଜଣଙ୍କୁ ପିଟିପିଟି ହତ୍ୟା: ଆସାମରେ ପିଲା ଚୋରି ଗୁଜବ

ଗୌହାଟି: ପିଲାଚୋର ଗୁଜବକୁ ନେଇ ଗୌହାଟିର ଦୁଇ ଜଣ ଯୁବକଙ୍କୁ ଗତରାତିରେ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଦୁଇ ଯୁବକ ହେଲେ ନୀଳୋତ୍ପଳ ଦାସ (୨୯) ଏବଂ ଅଭିଜିତ ନାଥ (୩୦) ସେମାନେ କାଠିଲାଂଗୋସ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ ଏବଂ ଫେରିବା ବେଳେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ସୋସିଆଲ ମିଡିଆରେ ଚାଲିଥିବା ଗୁଜବକୁ ଆଧାର କରି ଶତାଧିକ ଲୋକ ଉଭୟ ଯୁବକଙ୍କୁ ସେମାନଙ୍କ କାର୍‌ରୁ ଟାଣି ଆଣି ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣା କାର୍ବି ଆଙ୍ଗ୍‌ଲୋଙ୍ଗ୍‌ ଜିଲ୍ଲାରେ ଘଟିଛି। ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ବ୍ୟାପକ ଚଢ଼ଉ ଅଭିଯାନ ଜାରି ରଖିଛି। ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ସହିତ ଆଲୋଚନା ଜାରି ରଖିବା ସହ ଅପରାଧୀଙ୍କୁ ଧରିବାରେ ସହଯୋଗ କରିବାକୁ ଅନୁରୋଧ କରିଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଅପରାଧୀ ଆଇନ ହାତରୁ ବର୍ତ୍ତିପାରିବେ ନାହିଁ ବୋଲି କହିଛନ୍ତି। ସୋସିଆଲ ମିଡିଆ ଗୁଜବକୁ ନେଇ ଏଭଳି ବର୍ବର କାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସୋସିଆଲ ମିଡିଆ ଗୁଜବ ଲୋକଙ୍କ ଜୀବନ ନେଉଥିବାରୁ ବିଭିନ୍ନ ମହଲ ଉଦ୍‌୍‌ବେଗ ପ୍ରକାଶ କରିଛନ୍ତି। ଡୋକମୋକା ଅଂଚଳରେ କିଛି ଶିଶୁ ଅପହରଣକାରୀଙ୍କ ଉପସ୍ଥିତି ନେଇ ସୋସିଆଲ ମିଡିଆରେ ୩ ଦିନ ହେଲା ଗୁଜବ ଚାଲିଥିଲା। ପଞ୍ଜାରି କଚାରି ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଯୁବକ ଏହି ବର୍ବରକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର