ପୁଲିସକୁ ପିଟିପିଟି ମାରିଦେଲେ

ଛିଣ୍ଡଓ୍ଵାରା: ମଧ୍ୟପ୍ରଦେଶ ଛିନ୍ଦଓ୍ଵାଡ଼ାରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ଅପରାଧୀଙ୍କୁ ଗିରଫ କରିବାକୁ ଯାଇଥିବା ଜଣେ ପୁଲିସ ଅଧିକାରୀ ଆଜି ନିଜ ଜୀବନ ହରାଇଛନ୍ତି। ସମ୍ପୃକ୍ତ ଅପରାଧୀର ସମ୍ପର୍କୀୟମାନେ ଘଟାଇଛନ୍ତି ଏଭଳି ଛାତିଥରା ଅପରାଧ। ସୂଚନାନୁଯାୟୀ, ଛିନ୍ଦଓ୍ଵାଡ଼ା ଜିଲ୍ଲାର ଜମୁନିଆ ଜେଠୁ ଗ୍ରାମକୁ ଆଜି ଉମରେଠ ଥାନା ଏଏସ୍‌ଆଇ ଦେବଚାନ୍ଦ ନାଗ୍‌ଲେ ଏବଂ କନେଷ୍ଟବଳ ଅନିଲ କୁମାର ଅପରାଧୀ ଜୋହାରି ଲାଲ୍‌କୁ ଗିରଫ କରିବାକୁ ଯାଇଥିଲେ। ତା’ ବିରୋଧରେ ଗିରଫ ଓ୍ଵାରେଣ୍ଟ୍‌ ମଧ୍ୟ ଥିଲା। କିନ୍ତୁ ଚଢ଼ଉ ସମୟରେ ଜୋହାରି ଲାଲ୍‌ର କିଛି ସମ୍ପର୍କୀୟ ପୁଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏ ସମୟରେ କନେଷ୍ଟବଳ ଖସିଯିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏଏସ୍‌ଆଇ ଦେବଚାନ୍ଦ ନାଗ୍‌ଲେ ସେମାନଙ୍କୁ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଅଧିକ ହିଂସ୍ର ହୋଇଉଠି ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ। ବିଶୃଙ୍ଖଳ ଜନତା ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତେବେ ତାଙ୍କୁ ପରେ ଏକ ସରକାରୀ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର