ଜାମଶେଦପୁର: ଝାଡ଼ଖଣ୍ଡର ସଢ଼େଇକଳା-ଖରସୁଅାଁ ଜିଲ୍ଲାରେ ମାନସିକ ରୋଗରେ ପୀଡ଼ିତ ଜଣେ ଯୁବକ ଆଜି ଜଣେ ସ୍କୁଲ୍ ଶିକ୍ଷୟିତ୍ରୀଙ୍କ ମୁଣ୍ଡ କାଟିଦେଇଛନ୍ତି। ଶିକ୍ଷୟିତ୍ରୀଙ୍କ ମୁଣ୍ଡକାଟ ପରେ ଉକ୍ତ ଯୁବକ ଜଣଙ୍କ ହାତରେ ତାଙ୍କ ମୁଣ୍ଡ ଏବଂ ଛୁରି ଧରି ଯାଉଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ତାଙ୍କୁ ଗିରଫ କରାଯାଇଛି। ସଢ଼େଇକଳାର ଖପରସାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁକ୍ରୁ ହେସା ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏହି ସମୟରେ ହରି ହେମ୍ବ୍ରମ୍ ନାମକ ଏହି ଯୁବକ ଅଚାନକ ପ୍ରବେଶ କରି ବଳପୂର୍ବକ ତାଙ୍କୁ ଘୋଷାଡ଼ି ନେଇଥିଲା। ଶିକ୍ଷୟିତ୍ରୀଙ୍କୁ ସେ ତାଙ୍କ ବାସଭବନକୁ ନେଇ ଏକ ଛୁରିରେ ତାଙ୍କ ମୁଣ୍ଡକାଟ କରିଥିଲା। ସେ କଟାମୁଣ୍ଡ ଧରି ନିକଟସ୍ଥ ଜଙ୍ଗଲକୁ ଯାଉଥିଲା। ପୁଲିସ ତାକୁ ଗିରଫ କରିଛି। ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ଜଣାପଡ଼ିଛି। ଆଜି ସମସ୍ତ ସରକାରୀ ସ୍କୁଲର ଶିକ୍ଷକମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି। ଉକ୍ତ ଘଟଣା ପରେ ରାଜ୍ୟର ସ୍କୁଲ୍ଗୁଡ଼ିକ ବନ୍ଦ ରହିଛି।
ଶିକ୍ଷୟିତ୍ରୀଙ୍କ ମୁଣ୍ଡ କାଟିଦେଲା
/sambad/media/post_attachments/wp-content/uploads/2018/07/Murder-Graphic_Sword.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)