ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ତୁମସାପାଲୀ ପଞ୍ଚାୟତର ଇରମାଗୁଡା କେନାଲରେ ନିଜର ବାଇକ୍‌ରେ ଲାଲେନ ମାଢ଼ିଙ୍କ ମୃତଦେହ ପଡ଼ିଥିବା ଘଟଣାର ଭିନ୍ନ ମୋଡ଼ ନେଇଛି। ବନ୍ଧୁଙ୍କ ପତ୍ନୀଙ୍କୁ ଅସଦାଚରଣ କରିବା ଏବଂ ଘଟଣାକୁ ମହିଳାଙ୍କର ସ୍ବାମୀ ଆଖି ଆଗରେ ଦେଖିବା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ସୁକାନ୍ତ ପଡ଼ିଆମିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ତଦନ୍ତରୁ ମିଳିଥିଲା ପୁଲିସକୁ ସୂଚନା

ଘଟଣା ପରଦିନ ସକାଳୁ ସ୍ଥାନୀୟ ଲୋକେ ଲାଲେନ ମାଢ଼ିଙ୍କ ମୃତଦେହ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଲାଲେନଙ୍କ ମାମୁଁ ରାମା ମାଢି ଏନେଇ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ। ତାଂକ ଭଣଜାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା। କେନାଲ ନିକଟରେ ଶବକୁ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଥିବା ସ୍ପଷ୍ଟ ଜାଣିପାରିଥିଲା। କୌଣସି ଧାରୁଆ ଅସ୍ତ୍ରରେ ଲାଲେନକୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ପୁଲିସ ସାଇଣ୍ଟିଫିକ ଟିମକୁ ଡକାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଲାଲେନର ବନ୍ଧୁ ସୁକନ୍ତ ପଡିଆମି ହିଁ ତାକୁ ହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ସୁକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଆହୁରି ପଢ଼ନ୍ତୁ: Ganja Seized: ଦିଲ୍ଲୀ ଚାଲାଣ ପୂର୍ବରୁ ରାଉରକେଲା ଷ୍ଟେସନ୍‌ରୁ ବିପୁଳ ପରିମାଣର ଗଂଜେଇ ଜବତ

ସାଙ୍ଗ ହୋଇ ରାତିରେ ମଦ ପିିଇଲେ

ଘଟଣା ଅନୁଯାୟୀ ଲାଲେନର ଘର ଠାରୁ ମାତ୍ର ଦୁଇ କିଲୋମିଟର ଦୁରରେ ସୁକାନ୍ଦ ପଡିଆମିର ଘର। ଗତ ୨୭ ତାରିଖ ରାତିରେ ଲାଲେନ ଓ ସୁକାନ୍ତ ତାଂକର ଅନ୍ୟ ସାଂଗ ତ୍ରିନାଥ ସୋଡ଼ିଙ୍କ ସହ ମିଶି ଇରମାଗୁଡାର ମିଟୁ ନାମକ ବ୍ୟକ୍ତି ଘରେ ମଦ ପିଇଥିଲେ। ପରେ ରାତିରେ ତ୍ରିନାଥକୁ ଲାଲେନ ଓ ସୁକାନ୍ତ ଘରକୁ ଛାଡିବାକୁ ଗଲେ। ତ୍ରିନାଥକୁ ଘରେ ଛାଡି ପୁଣି ସୁକାନ୍ତ ଘରେ ପହଞ୍ଚି ଆହୁରି ମଦ ପିଇଲେ। ରାତି ପ୍ରାୟ ୧୦ ବେଳେ ଲାଲେନ ଘରକୁ ଚାଲିଯାଇଥିଲା। 

ଆହୁରି ପଢ଼ନ୍ତୁ: Tribal Opposed IDCO: ମାଲକାନଗିରିରେ ଇଡେ୍‌କୋ ବିରୋଧରେ ଗର୍ଜିଲେ ଆଦିବାସୀ, ରାଜରାସ୍ତାରେ କଲେ ପ୍ରଦର୍ଶନ

ବନ୍ଧୁ ପତ୍ନୀଙ୍କୁ ଅସଦାଚରଣ!

ପୁଣି ରାତି ୧୨ଟା ରୁ ଗୋଟାଏ ବେଳେ ଲାଲେନ ସୁକନ୍ତ ଘରକୁ ଆସି ତାଂକ ପତ୍ନୀକୁ ଅସଦାଚରଣ କରୁଥିଲା। ଏହି ସମୟରେ ଘରର କିଛି ଜିନିଷ ପଡିଯିବାରୁ ସ୍ବାମୀ ସୁକନ୍ତ ଉଠି ପଡ଼ି କଣ ହେଲା ବୋଲି ପଚାରିଥିଲା। ଏହି ସମୟରେ ଲାଲେନ ଦୌଡ଼ି ପଳାଇବାରେ ସଫଳ ହେଲା। ନିଜର ବାଇକ୍‌ରେ ପଳାଉଥିବା ବେଳେ ସୁକାନ୍ତ ଏକ ଧାରୁଆ ଅସ୍ତ୍ରରେ ତାକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିଲା। ପୁଲିସ ଏହି ଘଟଣାକୁ ତୁରନ୍ତ ସମାଧାନ କରିଥିବାରୁ ଅଭିଯୋଗକାରୀ ପୁଲିସକୁ ଧନ୍ୟବାଦ ଦେଇଥିଲେ। ହତ୍ୟାକାରୀ ସୁକାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସହ ଏହାର ଅଧିକା ତଦନ୍ତ ଚାଲିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।