ରାଜା ଘରେ ରକ୍ତଛିଟା
କନିକା ରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କର ରାଜକନିକା ସମ୍ପତ୍ତି ବିକ୍ରିକୁ ନେଇ ଘଟିଥିଲା ନାରକୀୟ କାଣ୍ଡ। ନାତୁଣୀ ବୋହୂ ପରେଶକୁମାରୀ ଦେବୀ ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ତାଙ୍କର ଏକମାତ୍ର ପୁଅ ଗୋପାଳ ଓରଫ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ ବିରୋଧ କରିଥିଲେ। ହେଲେ ପରେଶକୁମାରୀ ବି ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଯାହାକୁ ନେଇ ପାରିବାରିକ ଅଶାନ୍ତି ଚରମସୀମାରେ ପହଞ୍ଚିଥିଲା। ଜାନୁଆରି ୨୨ରେ ଗୋପାଳ ମା’ଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିଲେ। ମନରେ କୁହୁଳୁଥିବା ରାଗକୁ ରୋକି ପାରି ନଥିଲେ। ସେହିମାସ ୨୬ରେ ଅତ୍ୟନ୍ତ ବୀଭତ୍ସ ଭାବେ ମା’ଙ୍କୁ ହତ୍ୟା କରିଥିଲେ।

Advertisment

publive-image

ଟ୍ରକ ଚଢ଼ାଇ ମା’, ଝିଅଙ୍କୁ ହତ୍ୟା
ଅଗଷ୍ଟ ୩ରେ ସାମାନ୍ୟ ବଚସାରୁ ଜଣେ ଚାଳକ ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଡମ୍ପର ଚଢ଼ାଇ ମା’ଝିଅଙ୍କୁ ହତ୍ୟା କରିଥିଲା। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବାପାଙ୍କ ଶୁଦ୍ଧିକ୍ରିୟା ସାରି ମା’ ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫) ଯାଜପୁର ସ୍ଥିତ ଘରକୁ ଫେରୁଥିଲେ। ବାଲିଚନ୍ଦ୍ରପୁରରୁ ଚାଳକ ମା’ଝିଅଙ୍କୁ ପିଛା କରି ବାରମ୍ବାର ହର୍ଣ୍ଣ ବଜାଇବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲା। ଏଥିରେ ମା’ଝିଅ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ଶେଷରେ ଆରୁହା ନିକଟରେ ଟ୍ରକକୁ ଅଟକାଇଥିଲେ। ଡ୍ରାଇଭର ସହ ଉଭୟଙ୍କର ଯୁକ୍ତିତର୍କ ହୋଇଥିଲା। ସ୍ଥାନୀୟ ଲୋକେ ବୁଝାସୁଝା ପରେ ସ୍ଥିତି ଆୟତ ହୋଇଥିଲା। ଅପମାନିତ ହୋଇଥିବା ଚାଳକ ଅମର ସ୍ବାଇଁ ରାଗରେ ଡମ୍ପରକୁ ଦ୍ରୁତଗତିରେ ନେଇ ମା’ଝିଅଙ୍କୁ ପୁଣି ପିଛା କରିଥିଲା। ଆଉ ବରଡ଼ା ଛକରେ ମା’ଝିଅଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲା।

ନିଶ୍ଚିହ୍ନ ହୋଇଗଲା ପରିବାର
ଏପ୍ରିଲ୍‌ ୧୨ ରେ ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ହାଣି ହତ୍ୟା କରାଯାଇଥିଲା। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଥିଲା। ବଡ଼ଭାଇ ଅଲେଖ ସାହୁଙ୍କ ସମେତ ଭାଉଜ ରଶ୍ମିରେଖା ପୃଷ୍ଟି, ପୁତୁରା ସ୍ମୃତି ସାଇଲ ସାହୁ, ସ୍ମୃତି ସୌରଭ ଓ ଝିଆରୀ ସ୍ମୃତିସନ୍ଧ୍ୟା ସାହୁଙ୍କୁ ହତ୍ୟା କରିଥିଲା। ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହ ଥାନାରେ ଆତ୍ମସମର୍ପଣ କରିଥିଲା।

publive-image DNA India

ରାଜନୈତିକ ହତ୍ୟା
୨୧/୨: ଭଦ୍ରକ ଜିଲ୍ଲା ଧାମନଗର ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ପିଟିପିଟ ହତ୍ୟା
୨୨/୨: ଖଣ୍ଡପଡ଼ା ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆଙ୍କୁ ହତ୍ୟା
୩/୫: ଅନୁଗୁଳ ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟ ଶିବରାମ ସାହୁଙ୍କୁ ହତ୍ୟା
୮/୫: ସବୁର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସି କାଉନ୍‌ସିଲର ନଳିନୀ ନାଏକଙ୍କ ସ୍ବାମୀ ସଞ୍ଜିବ ଗୁରୁଙ୍କୁ ହତ୍ୟା
୮/୬: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସରପଞ୍ଚ ସମର୍ଥକଙ୍କୁ ଗଳାକାଟି ହତ୍ୟା

publive-image India Today

ମାଓ ଆମ୍ନା-ସାମ୍ନା
୧୨/୧: ସୁନାବେଡ଼ାରେ ଏନ୍‌କାଉଣ୍ଟର ୪ ମାଓବାଦୀ ମୃତ
୪/୨: ମାଓବାଦୀ ବିସ୍ଫୋରଣରେ କଳାହାଣ୍ଡି ଜିଲ୍ଲା ମ ରାମପୁର ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରଲୋକ
୧୧/୧୧: କୋରାପୁଟ ଜିଲ୍ଲା ମାଳିପଦର ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ୨ମାଓବାଦୀ ମୃତ
୬/୧୨: କନ୍ଧମାଳ ଜିଲ୍ଲା ଏନ୍‌କାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ