ପୁରୁଣା ଭୁବନେଶ୍ୱର: ଗଡ଼ମହାବୀର ଅଞ୍ଚଳରେ ଘରେ ପଶି ହତ୍ୟା କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ପୁରୁଣା ୱାରେଣ୍ଟ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଲା, କ୍ରିଷ୍ଣା ଓରଫ ଜି ଟାଟା ରାଓ(୪୨)। ପୁଲିସ ସୂଚନା ଅନୁଯାୟୀ, କ୍ରିଷ୍ଣା ୨୦୧୪ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଡ଼ମହାବୀର ଅଞ୍ଚଳର ଜଣେ ଯୁବକଙ୍କୁ ଘରେ ପଶି ହତ୍ୟା କରିଥିଲା। ଏନେଇ ପୁଲିସ ଦଫା ୪୫୨ ଓ ୩୦୨, ନମ୍ବର ୩୨/୧୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିନ୍ତୁ ଅଭିଯୁକ୍ତ କ୍ରିଷ୍ଣା ସେବେଠାରୁ ଫେରାର୍ ରହିଥିଲା। ତେବେ ଗତ କିଛି ଦିନ ହେଲା ସେ ଘରକୁ ଫେରିଥିବା ଜଣାପଡ଼ିବା ପରେ ପୁଲିସ ଆଜି ତା’ ଘରେ ଚଡ଼ଉ କରି ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ଘରେ ପଶି ହତ୍ୟା କରିଥିବା ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/02/arrestment-620x400-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)