ଲୁହା ରଡ୍‌ କାଟି ଜେଲ୍‌ରୁ ଖସିଲେ ୨ କଏଦୀ: ଜଣେ ଟ୍ରେନ୍‌ରେ ଫୋରାର୍‌, ଅନ୍ୟ ଜଣକୁ ଖୋଜୁଛି ପୁଲିସ୍‌

ଏଥଓ୍ଵା: ଉତ୍ତରପ୍ରଦେଶର ଏଥଓ୍ଵା ଜେଲ୍‌ରୁ ଦୁଇ ଜଣ କଏଦୀ ଫେରାର୍‌ ହୋଇ ଯାଇଥିବା ଜାଣିବାକୁ ମିଳିଛି। ଏହି ଦୁଇ କଏଦୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିଲେ ବୋଲି ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ରବିବାର ଭୋର ସମୟରେ ଏହି ଦୁଇ କଏଦୀ ଏଥଓ୍ଵା ଜେଲ୍‌ର ରଡ୍‌ ଭାଙ୍ଗି ଖସି ପଳାଇବା ଯୋଜନା କରିଥିଲେ। ସେମାନେ ଜେଲ୍‌ ରଡ୍‌ ଭାଙ୍ଗିବା ସହ ଦୁଇଟି ବେଡ୍‌ସିଟ୍‌ ଘୋଡ଼େଇ ହୋଇ ଜେଲ୍‌ରୁ ବାହାରି ପଳାଇଥିଲେ।

ଉତ୍ତରପ୍ରଦେଶ ପୁଲିସ୍‌ ଦେଇଥିବା ସୂଚନା ମୁତାବକ ଜେଲ୍‌ରୁ ଫେରାର୍‌ ହୋଇଥିବା ଏହି ଦୁଇ କଏଦୀଙ୍କ ମଧ୍ୟରୁ ରାମାନନ୍ଦ ଟ୍ରେନ୍‌ ଧରି ପଳାଇବାରେ ସମର୍ଥ ହେଇଛି।

ସେହିପରି ଅନ୍ୟ କଏଦୀ ଚନ୍ଦ୍ର ପ୍ରକାଶର କୌଣସି ଖୋଜ୍‌ ଖବର ନାହିଁ। ତାକୁ ଧରିବା ପାଇଁ ୟୁପି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ୍‌ ଅଫ୍‌ କାନପୁର ଜେଲ୍‌ ବିପି ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର