ମାତ୍ର ୬୦ ହଜାର ଟଙ୍କାଲାଗି ବନ୍ଧୁଙ୍କୁ ମାରି ତାଙ୍କର ଶବକୁ ୪୦୦ ଖଣ୍ଡ କରିଥିଲେ ଯୁବକ , ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଲା ପୁଲିସ

ମୁମ୍ବାଇ:ମୁମ୍ବାଇର ବିରାର୍‌ ପାଖରେ ଗ୍ଲୋବାଲ୍‌ ସିଟି ଅଞ୍ଚଳରେ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୪୦ ବର୍ଷୀୟ ପିଣ୍ଟୁ କିଶନ୍‌ ଶର୍ମା ଫ୍ଲାଟ ନମ୍ବର ୬୦୨ରେ ଭଡାରେ ରହୁଥିଲେ। ସେ ମାତ୍ର ୬୦ ହଜାର ଟଙ୍କା ପାଇଁ ମୀରା ରୋଡ୍‌ରେ ରହୁଥିବା ନିଜର ଜଣେ ପରିଚିତ ବ୍ୟକ୍ତି ଗଣେଶ ବିଠଲ କୋଲଟକର(୫୮)ଙ୍କର ହତ୍ୟା କରିଥିଲେ। କୋଲଟକରଙ୍କ ଏକ ପ୍ରିଣ୍ଟିଂ ପ୍ରେସ ଅଛି। ଗଣେଶ ପିଣ୍ଟୁଙ୍କ ଠାରୁ ୧ ଲକ୍ଷ ଟଙ୍କା ଋଣ ନେଇଥିଲା। ଏଥିରୁ ୪୦ ହଜାର ଟଙ୍କା ସେ ଶୁଝିଥିଲେ,ମାତ୍ର ୬୦ ହଜାର ଟଙ୍କା ଫେରାଇବାର ନାଆଁ ଧରୁ ନ ଥିଲେ।


ଏହାପରେ ପିଣ୍ଟୁ ଗଣେଶଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲୁ। ଗତ ଜାନୁଆରି ୧୬ ତାରିଖରେ ସେ ଗଣେଶଙ୍କୁ ଡାକି ପୁଣି ଥରେ ପଇସା ମାଗିଥିଲେ। ସେ ମନା କରିବାରୁ ତାକୁ ମାଡ଼ ମାରିଥିଲା। ଫଳତଃ ଘଟଣାସ୍ଥଳରେ ତାର ପ୍ରାଣହାନି ଘଟିଥିଲା। ଗତ ୨୦ ତାରିଖରେ ଗଣେଶଙ୍କର ଭଉଣୀ ଗଣେଶ ନିରୁଦ୍ଦିଷ୍ଟ ଥିବା ଦର୍ଶାଇ ପୁଲିସରେ ଏତଲା ଦେଇଥିଲେ। ପୁଲିସର କହିବା ଅନୁଯାୟୀ ପିଣ୍ଟୁ ଗଣେଶଙ୍କର ଶବକୁ ପ୍ରାୟ ୪୦୦ ଖଣ୍ଡ କରି ନିଜର ଟଏଲେଟ୍‌ରେ ପକାଇ ଦେଇଥିଲେ। ତାଙ୍କର ମୁଣ୍ଡ,ହାଡ ଆଦିକୁ ବସ୍ତାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିଲେ। ସୋମବାର ଦିନ ସେହି ଅଞ୍ଚଳରେ ତୀବ୍ର ଦୁର୍ଗନ୍ଧ ଆସିଲା, ସେତେବେଳେ ସୋସାଇଟିରେ ଚାମ୍ବର ସଫା କରିବା ଟାଙ୍କି ଖୋଲାଯିବା ପରେ ସେଥିରେ ମାଂସ ଖଣ୍ଡ ଦେଖିବାକୁ ମିଳିଲା,ଏହାପରେ ପୁଲିସକୁ ସୂଚନା ଦିଆଗଲା ଓ ୧୦ ଘଣ୍ଟା ପରେ ପୁଲିସ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର